ଶ୍ରୀ ମନ୍ଦିର ପ୍ରଶାସନର ଅପାରଗତା ହେତୁ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ହଜାର ହଜାର ଭକ୍ତ

96

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରରେ ଅବ୍ୟବସ୍ଥା ଏବେ ଚରମ ସୀମା ଅତିକ୍ରମ କରିଛି । ଶ୍ରୀ ମନ୍ଦିର ପ୍ରଶାସନ ଓ ପୁରୀ ଜିଲା ପ୍ରଶାସନର ଅପାରଗତା ହେତୁ ହଜାର ହଜାର ଭକ୍ତ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ଏ ନେଇ ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ମଧ୍ୟ ପ୍ରଶାସନର କୁମ୍ଭ କର୍ଣ୍ଣ ନିଦ୍ରା ଭଙ୍ଗ ହେଉନୀ। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ଶ୍ରୀ ମନ୍ଦିର ପଶ୍ଚିମ ଦ୍ୱାରରେ ପୋଲିସ୍ ଓ କିଛି ସେବାୟତ ମନ ଇଛା ଟଂକା ଆଦାୟ କରୀ ଭକ୍ତଙ୍କୁ ଶ୍ରୀ ମନ୍ଦିର ଭିତରେ ପ୍ରବେଶ କରାଉଛନ୍ତି। ଗୋଟେ ପଟେ ବାରିକେଡ୍ ରେ ଭକ୍ତ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ରେ ରହୁଥିବା ବେଳେ ଅନ୍ୟ ପଟେ ଟଂକା ଆଦାୟ କରାଯାଇ ଶ୍ରୀ ମନ୍ଦିର ପଶ୍ଚିମ ଦ୍ବାରରେ ଭକ୍ତଙ୍କୁ ପୋଲିସ୍ ଓ ସେବାୟତ ପ୍ରଵେଶ କରାଇବାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଦର୍ଶନକୁ ଆଳକରି ଭକ୍ତଙ୍କୁ ଶୋଷଣ କରାଯିବା କୁ ନେଇ ଭକ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀ ମନ୍ଦିର ପଶ୍ଚିମ ଦ୍ୱାର ରେ କେବଳ ପୁରୀ ସହର ବାସୀ ଙ୍କୁ ପ୍ରଵେଶ ପାଇଁ ଅନୁମତି ରହିଚି। ହେଲେ ଦୁର୍ଭାଗ୍ୟ ର ବିଷୟ ଏହାର ସୁଜୋଗ ନେଇ କେତେକ ପୋଲିସ ଓ ସେବାୟତ ଭକ୍ତଙ୍କ ଠାରୁ ଟଂକା ଆଦାୟ କରି ବ୍ୟବସାୟ ଚଳାଇଛନ୍ତି। ପୁରୀ ଜିଲାପାଳ, ଏସପି, ଓ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଏହା ଜାଣି ଚୁପ୍ ରହିବା ଭକ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଚି। ସେହିପରି ପ୍ରଚଣ୍ଡ ଖରା ଯୋଗୁଁ ସିଂହ ସମ୍ମୁଖ ରାସ୍ତା ତାତି ଭକ୍ତ ଙ୍କ ଗୋଡ ଫୋଟକା ହେଇ ଯାଉଚି। ଭକ୍ତ ଙ୍କ ଗୋଡ ନତାତିଵା ପାଇଁ କତା କର୍ପେଟ ପକାଇ ବାକୁ ଭକ୍ତ ଦାବୀ କରିଚନ୍ତି। ସେହିପରି ଉତ୍ତର ଦ୍ୱାର ରୁ ବଡ ଦାଣ୍ଡ ଯାଏ କତା କର୍ପେଟ୍ ବ୍ୟବସ୍ଥା ପାଇଁ ଭକ୍ତ ମଧ୍ୟ ଦାବୀ କରିଚନ୍ତି। ଏହା ଭକ୍ତ ଙ୍କ ଗୋଡ ତତିବ ନାହିଁ। ଶ୍ରୀ ମନ୍ଦିର ପ୍ରଶାସନରେ ମାଳ ମାଳ ଅଧିକାରି ଥିବା ବେଳେ ଭକ୍ତଙ୍କ ସମସ୍ୟା ସମାଧାନ ନହେବା ଦୁଃଖ ଦାୟକ ବୋଲି ଭକ୍ତ କହିଚନ୍ତି। ସେହିପରି ଦୋଳ ବେଦୀରୁ ସିଂହ ଦ୍ୱାର ଯାଏ ଥିବା ବାରିକେଡ୍ ଉପରେ କପଡା ଟେଣ୍ଟ କରାଯାଇ ଭକ୍ତଙ୍କୁ ଛାୟା ପ୍ରଦାନ ବ୍ୟବସ୍ଥା ପାଇଁ ଭକ୍ତ ଦାବୀ କରିଛନ୍ତି। ସେହିପରି ପ୍ରତିଦିନ ଶ୍ରୀ ମନ୍ଦିରକୁ ହଜାର ହଜାର ଭକ୍ତ ଆସୁଥିଵା ବେଳେ ସିଂହ ଦ୍ଵାର ନିକଟ ରେ ଜଳସେବା କେନ୍ଦ୍ରରେ ମାତ୍ର ତିନୋଟି ଗ୍ଲାସ୍ ରହିଚି। ଫଳରେ ପ୍ରବଳ ଗରମରେ ଭକ୍ତ ପାଣି ପିଇବା ପାଇଁ ଅନେକ ସମୟ ଅପେକ୍ଷା କରୁଛନ୍ତି। ଏହା ଦ୍ବାରା ଅଂଶୁଘାତ ରେ ଭକ୍ତ ଙ୍କ ଜିବନ ହାନି ହେବାର ଆଶଙ୍କା ରହିଛି। ପୁର୍ବରୁ ଭକ୍ତଙ୍କ ପାଇଁ ପେପର ଗ୍ଲାସ୍ ଦିଆଯାଉଥିବାରୁ ଭକ୍ତ ମାନେ ସଙ୍ଗେ ସଙ୍ଗେ ପାନୀୟ ଜଳ ପିଇ ପାରୁଥିଲେ। ହେଲେ ପୌର ପାଳିକା ତାହା ବନ୍ଦ କରିଦେଇ ମାତ୍ର ତିନୋଟି ଗ୍ଲାସ୍ ଦେଇ କାର୍ଯ୍ୟ ସାଇଦେଇଛି। ବିଭିନ୍ନ ଯୋଜନାରେ ପୁରୀ ପୌର ପାଳିକା କୋଟି କୋଟି ଟଂକା ଖର୍ଚ୍ଚ କରୁଥିବା ବେଳେ ଭକ୍ତଙ୍କ ପିଇବା ପାଇଁ ପେପର ଗ୍ଲାସ୍ ପାଇଁ ଟଂକା ନ ଦେବା ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଶ୍ରୀ ମନ୍ଦିରର ସୋନ୍ଦର୍ଯ୍ୟ ପାଇଁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ 3 ହଜାର କୋଟି ଟଂକା ଖର୍ଚ୍ଚ କରିଥିବା କହିଚନ୍ତି। ହେଲେ ଏହି ପ୍ରକଳ୍ପ ସମ୍ପୂର୍ଣ ଫେଲ ମାରିଥିବା ଭକ୍ତ ଅଭିଯୋଗ କରିଚନ୍ତି। ଶ୍ରୀ ମନ୍ଦିର ଆସିଥିବା ଭକ୍ତ ଟିଏ ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହିଁ। ବାରି କେଡ୍ ରେ 3 ରୁ 4 ଘଂଟା ଅପେକ୍ଷା ରେ ରହିବାକୁ ପଡୁଛି। ଭକ୍ତ ଚଲାପଥରେ କତା କାର୍ପେଟ ବ୍ୟବସ୍ଥା ନଥିବାରୁ ପ୍ରବଳ ଖରାରେ ଗୋଡ ତାତି ଯାଉଚି। ପାନୀୟ ଜଳ ପିଇବା ପାଇଁ ଗ୍ଲାସ୍ ବ୍ୟବସ୍ଥା ନାହିଁ। ଶ୍ରୀ ମନ୍ଦିରକୁ ପ୍ରବେଶ ଓ ପରିକ୍ରମା ମାର୍ଗ ବୁଲିବା ପାଇଁ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଶ୍ରୀ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ଠେଲାପେଲା ଦଳା ଚକଟାରେ ଭକ୍ତ ଅଣ ନିଶ୍ବାସୀ ହୋଇ ପଡୁଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ଭଲରେ ଭକ୍ତ ଟିଏ ଦର୍ଶନ ନପାଈ ଅଶାନ୍ତିରେ ଫେରୁଥିବା ବେଳେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାହା ସ୍ୱାର୍ଥରେ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More