ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରରେ ଗତ ରବିବାର ସଂଧ୍ୟାରେ ୯ଜଣ ଅଣ ହିନ୍ଦୁ ପ୍ରଵେଶ ଘଟଣାକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଶ୍ରୀ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ବାଂଲାଦେଶରୁ ଆସିଥିବା କିଛି ଅଣ ହିନ୍ଦୁ ଶ୍ରୀ ମନ୍ଦିର ପ୍ରଵେଶ ପରେ ଏହାକୁ କିଭଳି ରୋକିହେବ ସେ ନେଇ ଚର୍ଚ୍ଚା ଆଲୋଚୋନା ଲାଗି ରହିଛି। ଶ୍ରୀ ମନ୍ଦିରରେ ଯେ ଢିଲା ସୁରକ୍ଷା ବ୍ୟବସ୍ଥା ରହିଛି ତାହା ପ୍ରମାଣିତ ହୋଇ ଯାଇଚି। ତେବେ ଏହି ଘଟଣା ଘଟିବା ପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଏତଲା ସିଂହଦ୍ୱାର ଥାନାରେ ଦିଆଯାଇଛି। ଆଇନ ଅନୁଯାୟୀ ତଦନ୍ତ କରାଯାଇ ପୋଲିସ୍ କଡ଼ା କାର୍ଯ୍ୟନୁଷ୍ଠାନ ନେବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଏତଲାରେ ଦର୍ଶାଇଥିବା ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ସୁଚନା ଦେଇଛନ୍ତି। ତେବେ ଏହାକୁ କିଭଳି ରୋକି ହେବ ସେ ନେଇ ଏକ sop ପ୍ରସ୍ତୁତ କରାଯିବ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ଖୁବ ଶିଘ୍ର ହେବ। ସେହିପରି ଶ୍ରୀ ମନ୍ଦିର ଚାରି ପାଖ ରେ ଅଣ ହିନ୍ଦୁ ପ୍ରବେଶ କଟକଣା ଥିବା ସାଇନ୍ ବୋର୍ଡ ଲଗାଯିବା। ସେହିପରି ଶ୍ରୀ ମନ୍ଦିର ରେ ପ୍ରଵେଶ ପୁର୍ବରୁ ବାରି କେଡ ରେ କଡ଼ାକଡ଼ି ଚେକ୍ କରାଯିବ। ତେବେ ଶ୍ରୀ ମନ୍ଦିରକୁ ଆତଙ୍କବାଦୀଙ୍କ ବିପଦ ଥିବା ଆଶଙ୍କାକୁ ନେଇ ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ କହିଚନ୍ତି ଜିଲ୍ଲା ପୋଲିସ୍ ପକ୍ଷରୁ ଶ୍ରୀ ମନ୍ଦିର ଚାରି ଦ୍ୱାରରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ନିୟମିତ ଏସପି ସମୀକ୍ଷା କରୁଛନ୍ତି। ତେବେ ଆଗାମୀ ଦିନ ରେ ଅଣ ହିନ୍ଦୁ କିଭଳି ମନ୍ଦିରରେ ପ୍ରଵେଶ ନକରିବେ ସେ ଦିଗରେ ସ୍ଵତନ୍ତ୍ର ବ୍ୟବସ୍ଥା ପାଈଁ ପଦକ୍ଷେପ ନିଆଯିବବୋଲି ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ସୁଚନା ଦେଇଛନ୍ତି। ଗତ ରବିବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ କିଛି ଅଣହିନ୍ଦୁ ବ୍ୟକ୍ତିଙ୍କ ପ୍ରବେଶକୁ ନେଇ ଅଭିଯୋଗ ହେବା ପରେ ମୋଟ ୯ ଜଣ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ବିଶେଷ କରି ଏହି ୯ ଜଣ ବ୍ୟକ୍ତିଙ୍କର ପାସପୋର୍ଟ ଏବଂ ଭିଜା ଯାଞ୍ଚ ପାଇଁ ବାଂଲାଦେଶର ଦୂତାବାସ ଙ୍କ ସହ ଯୋଗାଯୋଗ କରାଯାଇଛି। ସେହିପରି ଭିସା, ପାସପୋର୍ଟର ବୈଧତା ଅଛି କି ନାହିଁ ସେ ନେଇ ଯାଞ୍ଚ କରାଯାଉଛି। ତେବେ ଏହି ୯ ଜଣ ବ୍ୟକ୍ତି ଓଡ଼ିଶାକୁ କାହିଁକି ଆସିଥିଲେ, କେଉଁ କେଉଁ ସ୍ଥାନକୁ ଯାଇଥିଲେ, ପୂର୍ବରୁ ଭାରତକୁ ଏମାନେ ଆସିଛନ୍ତି କି ନାହିଁ ସେ ନେଇ ପୋଲିସ ତଦନ୍ତ କରୁଥିବା ଏସପି ପିନାକ ମିଶ୍ର କହିଛନ୍ତି। ସେହିପରି ଏହି ସନ୍ଦିଗ୍ଧ ବ୍ୟକ୍ତି ମାନେ କେଉଁ ହୋଟେଲରେ ରହିଥିଲେ ଏବଂ କ’ଣ ପରିଚୟ ଦେଇ ରହିଥିଲେ ତାହା ମଧ୍ୟ ପୋଲିସ ଯାଞ୍ଚ କରୁଛି। ତେବେ ଏହାର ସବିଶେଷ ତଦନ୍ତ ସରିବା ପରେ ସମ୍ପୂର୍ଣ୍ଣ ଘଟଣା କ୍ରମ ଜଣାପଡ଼ିବ ବୋଲି ଏସପି କହିଛନ୍ତି। ସେପଟେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଏହି ସମସ୍ୟାର କିଭଳି ନିରାକରଣ କରିହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି। ବିଭିନ୍ନ ହୋଟେଲ, ଲଜିଂ ଗୁଡ଼ିକରେ ରହୁଥିବା ବ୍ୟକ୍ତି ବିଶେଷଙ୍କର ପରିଚୟ ପତ୍ର ସଠିକ୍ ଭାବେ ରଖିବା ପାଇଁ ମଧ୍ୟ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉଥିବା ଏସପି କହିଛନ୍ତି। ଶ୍ରୀମନ୍ଦିରକୁ ଦୈନିକ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଅଣହିନ୍ଦୁଙ୍କୁ ଚିହ୍ନଟ କରିବା ବେଶ୍ କଷ୍ଟକର କାର୍ଯ୍ୟ ବୋଲି ଏସପି କହିଛନ୍ତି। ତେବେ ଶ୍ରୀମନ୍ଦିର ଚାରିପାଖରେ ଅଣହିନ୍ଦୁ ପ୍ରବେଶ କଟକଣା ନେଇ ଆଗାମୀ ଦିନରେ ସଚେତନ କରାଯିବା ସହ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ସ୍ବତନ୍ତ୍ର ପଦକ୍ଷେପ ନେବା ପାଇଁ ଚେଷ୍ଟା କରାଯିବ ବୋଲି ଏସପି କହିଛନ୍ତି।