ଶ୍ରୀ ମନ୍ଦିରରେ ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ

98

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରରେ ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହୋଇଛି। ଦୋଳବେଦୀ ପରିସରରେ ଗତକାଲି ସଂଧ୍ୟା ସମୟରେ ଏହି ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେଇଥିଲା। ଏଥି ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଥିଲା। ସଂଧ୍ୟା ବେଳେ ଦୋଳବେଦୀ ପରିସରରେ ଏହି ସ୍ଵତନ୍ତ୍ର ନୀତି ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା। ତେବେ ଏହି ସ୍ଵତନ୍ତ୍ର ନୀତି ପଛରେ ରହିଛି ଏକ ପୌରାଣିକ ଉପାଖ୍ୟାନ । ପ୍ରଭୁ ବିଷ୍ଣୁଙ୍କ ମହାନ ଭକ୍ତ ହେଉଛନ୍ତି ପ୍ରହଲ୍ଲାଦ । ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶ୍ୟପ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ହେଲେ ପ୍ରହଲ୍ଲାଦ ପ୍ରଭୁ ବିଷ୍ଣୁଙ୍କ ପରମ ଭକ୍ତ ହୋଇଥିବାରୁ ଏହି ଉଦ୍ୟମ ସଫଳ ହେଉନଥିଲା। ହିରଣ୍ୟର ଭଉଣୀ ହୋଲିକା ବରପ୍ରାପ୍ତ ହୋଇଥିଲା କି ଅଗ୍ନୀ ତାକୁ ଜଳାଇପାରିବ ନାହିଁ। ଏଣୁ ହୋଲିକା ଭାଇ ହିରଣ୍ୟକଶ୍ୟପଙ୍କ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ। କିନ୍ତୁ ଫଳ ଓଲଟା ହେଲା। ହୋଲିକା ଅଗ୍ନିରେ ଦଗ୍ଧ ହୋଇଯାଇଥିବା ବେଳେ ପ୍ରହଲ୍ଲାଦ ଅଗ୍ନିଙ୍କ ଜ୍ୱାଳା ଉପରେ ବିଜୟ ଲାଭ କରିଥିଲେ। ମେଷ ତଥା ମେଣ୍ଢା ହେଲା ଅଗ୍ନିଙ୍କ ବାହନ। ଅଗ୍ନିଙ୍କ ଏହି ଭକ୍ତ ବତ୍ସଳତାକୁ ପ୍ରତିପାଦନ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି ହୁଏ । ମହାପ୍ରଭୁ ଙ୍କ ମଧ୍ୟାହ୍ନ ଧୂପ ପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ଚାଚେରୀ ବେଶ କରାଯାଏ। ସେବକ ମାନେ ଠାକୁରଙ୍କୁ ଲକ୍ଷ୍ମୀମନ୍ଦିରରେ ଥିବା ଖଟିଆ ଉପରେ ବିରାଜମାନ କରାଇବା ପରେ ସେଠାରେ ଝିମିରିଫଗୁ ଖେଳ ହୋଇଥାଏ। ଶୀତଳଭୋଗ ଓ ବନ୍ଦାପନା ସରିବା ପରେ ବିମାନରେ ବିଜେ ହୋଇ ଦୋଳବେଦୀ କୋଣ କୁ ଶୋଭାଯାତ୍ରାରେ ନିଆଯାଏ। ସନ୍ଧ୍ୟା ବେଳେ ଠାକୁର ପହଞ୍ଚିବା ପରେ ବିଭିନ୍ନ ନିତି ଅନୁଷ୍ଠିତ ହେଇଥାଏ। ଦୋଳମଣ୍ଡପର ପୂର୍ବ ଦିଗରେ କୁଟା, କାଠି ଓ ଘସିରେ ଗୋଟିଏ କୁଡିଆ ପ୍ରସ୍ତୁତ ହେଇଥାଏ। ଏହାକୁମେଣ୍ଢାକୁଡ଼ିଆ କୁହାଯାଏ।ଏହାର ପୂର୍ବ ଓ ପଶ୍ଚିମକୁ ଦୁଇଟି ଦ୍ୱାର ଥାଏ।ଏହାପରେ କୁଡିଆର ପଶ୍ଚିମ ଦ୍ୱାର ଠାରେ ଯଜ୍ଞ ସମ୍ପନ୍ନ ହୁଏ।ଏହାପରେ ପୂଜାପଣ୍ଡା ବିଜେ ପ୍ରତିମାଙ୍କୁ ବନ୍ଦାପନା କରନ୍ତି।ପରେ ମେଷ କୁଟୀରରେ ଅଗ୍ନି ସଂଯୋଗ କରାଯାଏ।ଏହାପରେ ଚଳନ୍ତି ପ୍ରତିମା ମେଷ ଗୃହର ଚତୁଃପାର୍ଶ୍ବରେ ସାତ ଥର ପ୍ରଦିକ୍ଷଣ କରିବା ପରେ ଦେଉଳକୁ ବାହୁଡା ବିଜେ କରନ୍ତି। ପରେ ସଂଧ୍ୟା ଆଳତୀ, ସଂଧ୍ୟା ଧୂପ, ମଇଲମ ଓ ଚନ୍ଦନଲାଗି, ବଡ଼ସିଂହାର ବେଶ ସହ ଭୋଗ ହୋଇ ରାତ୍ର ପହୁଡ଼ ହୁଏ। ତେବେ ମେଣ୍ଢା ପୋତି ଉତ୍ସବ କୁ ପୁରୀ ରେ ରହୁଥିବା ମାରୱାଡ଼ି ଙ୍କ ଏକ ବଡ ପର୍ବ। ବିଶେଷ କରି ମାରୱାଡ଼ି ସମ୍ପ୍ରଦାୟ ର ନବ ବିବାହିତ ମହିଳା ମାନେ ନିଜ ପରିବାରର ମଙ୍ଗଳ ପାଇଁ ଏହାକୁ ଏକ ବ୍ରତ ଭାବେ ପାଳନ କରନ୍ତି। ଏହି ନୀତି ଶେଷ ପରେ ମେଣ୍ଢା କୁଡିଆ ଚାରିପାଖ ପ୍ରଦକ୍ଷନ କରି ମେଣ୍ଢା କୁଡିଆ ରେ ଅଗ୍ନି ସଂଯୋଗ ସହ କାଠ, ଘଶି ପ୍ରଦାନ କରନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More