ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ନିତି ବିଭ୍ରାଟ ପ୍ରସଙ୍ଗ, ନିଜକୁ ନିର୍ଦ୍ଦୋଷ ବୋଲି କହିଲେ ସିଂହାରୀ ସେବାୟତ ଶଙ୍ଖ ମିତ୍ର ସିଂହାରୀ
ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ନିତି ବିଭ୍ରାଟକୁ ନେଇ ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀଙ୍କୁ ସେବକ ମାନେ ଦୋଷାରୋପ କରିଥିବା ବେଳେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ସିଂହାରୀ ସେବାୟତ ଶଙ୍ଖ ମିତ୍ର ସିଂହାରୀ। ଶ୍ରୀ ମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ତାଙ୍କର ଆଜି ମହାପ୍ରଭୁଙ୍କ ପାଇଁ ସେବା ପୁଜା ଅଧିକାର ଥିବାରୁ ସେ ମହାପ୍ରଭୁଙ୍କ ସେବା ପୂଜା ପାଉଁ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ବେଳେ ଉପସ୍ଥିତ ସେବାୟତ ମଧ୍ଯ ସହଯୋଗ କରିଥଲେ। ହେଲେ ମଙ୍ଗଳ ଆଳତୀ ନୀତି ପରେ ହଠାତ୍ ପୂଜା ପଣ୍ଡା ସେବକ ମାନେ ସହଯୋଗ କରି ନଥିଲେ । ଫଳରେ ମହାପ୍ରଭୁ ନୀତିରେ ବିଳମ୍ବ ହୋଇଥଲା। ତେବେ ସେ ପରେ ଜାଣିଲେ ତାଙ୍କ ବିବାହ ପ୍ରସଂଗକୁ ନେଇ ତାଙ୍କୁ ସେବା ପୁଜାରୁ ନିଲମ୍ବନ କରାଯାଇଥିବା ଯୋଗୁ ତାଙ୍କୁ ପୁଜା ପଣ୍ଡା ସେବକ ନୀତିରେ ସହଯୋଗ କରିନଥିଲେ। ତେବେ ତାଙ୍କୁ ପୁଷ୍ପାଳକ ନିଯୋଗ ପକ୍ଷରୁ ଆଜି ଯାଏଁ ନିଲମ୍ବନ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଏଣୁ ସେ ନିଲମ୍ବିତ ହୋଇଥିବା କେମିତି ଜାଣିବେ ବୋଲି ସିଂହାରୀ ସେବାୟତ ଶଙ୍ଖ ମିତ୍ର ସିଂହାରୀ ପ୍ରଶ୍ନ କରିଛନ୍ତି। ସେହିପରି ସେ ଶ୍ରୀ ମନ୍ଦିର ସ୍ଵତଲିପିରେ ସେବା ଥିବା ଜଣେ ସେବକଙ୍କ ଝିଅକୁ ବିବାହ କରିଛନ୍ତି। ଏଣୁ ସେ କୌଣସି ଅଣ ସେବାୟତ ଘରେ ବିବାହ କରିନାହାନ୍ତି। ସେହିପରି ସେବାୟତ ମାନେ ଅଲଗା ଜାତିରେ ବାହାହେଲେ ତାଙ୍କୁ ସେବା ପୁଜାରୁ ନିବୃତ କରାଯିବ ନେଇ କେଉଁ ଠାରେ ଲିଖିତ ନିୟମ ଅଛି ତାହା ପ୍ରଶାସନ ସୁଚନା ଦେଉ ବୋଲି ସେ ଦାବୀ କରିଚନ୍ତି। ତେବେ ସେ ଗତ 2017 ମସିହାରେ ବିବାହ କରିଥଲେ। ଗତ 2022 ରଥଯାତ୍ରାରେ ସୁନା ବେଶରେ ଦେବି ସୁଭଦ୍ରାଙ୍କ ମଇଲମ ନିତୀ ମଧ୍ୟ କରିଥିଲେ। ହେଲେ ସେତେବେଳେ କୌଣସି ଅପତି ଉଠି ନ ଥିଲା। ତେବେ ଆଜି ସେବା ପୁଜାରେ କିଏ ଓ କାହିଁକି, କେଉଁ ଉଦ୍ଦେଶ୍ୟରେ ଆପତି କରୁଚି ତାହା ପ୍ରଶାସନ ତଦନ୍ତ କରି ସ୍ପଷ୍ଟ କରିବା ଉଚିତ୍ ବୋଲି ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀ ଦାବୀ କରିଛନ୍ତି। ତେବେ ଶ୍ରୀ ମନ୍ଦିର ପ୍ରଶାସନ ତଦନ୍ତ କରି ପ୍ରକୃତ ନ୍ୟାୟ ଦେବ ବୋଲି ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀ ଆଶା ରଖିଛନ୍ତି।