ଶ୍ରୀ ମନ୍ଦିରରୁ ପଥର ଖସିବା ଉପରେ ପ୍ରତିକ୍ରିୟା ରଖିଛି ଭାରତୀୟ ପ୍ରତ୍ନତ୍ଵତିକ ସର୍ବେକ୍ଷଣ ସଂସ୍ଥା ତଥା ଏଏସଆଇ

82

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରରୁ ପଥର ଖସିବା ଉପରେ ପ୍ରତିକ୍ରିୟା ରଖିଛି ଭାରତିୟ ପ୍ରତ୍ନତ୍ଵତିକ ସର୍ବେକ୍ଷଣ ସଂସ୍ଥା ତଥା ଏ ଏସ ଆଇ। ଏଏସ ଆଇର ଅଧିକ୍ଷକ ଡି ବି ଗଡ଼ନାୟକ କହିଛନ୍ତି ଏ ବିଷୟରେ ଏଏସଆଇ ଅବଗତ ଅଛି । ଶ୍ରୀ ମନ୍ଦିର ଦକ୍ଷିଣ ପଟେ ଥିବା କାରୁକାର୍ଯ୍ୟର ଏକ ଛୋଟ ପଥର ଖସିଛି। ପଥର ହୁଏତ ଦୁର୍ବଳ ହୋଇ ଯାଇଥିବ। ମାଙ୍କଡ ମାନଙ୍କ ଡିଆଁରେ ଦୁର୍ବଳ ପଥରଟି ତଳକୁ ଖସି ଥାଇପାରେ ବୋଲି ଏ ଏସ ଆଇ ଅଧିକାରି ଅନୁମାନ କରିଛନ୍ତି। ତେବେ ଶ୍ରୀ ମନ୍ଦୀର ର ଦକ୍ଷିଣ ପାର୍ଶ୍ଵ ଟି ସମୁଦ୍ର ରୁ ଆସୁଥିବା ପବନ ଯୋଗୁ ପ୍ରଭାବିତ ହେଉଚି । ଗତ 8 ବର୍ଷ ତଳେ କେମିକାଲ କଞ୍ଜରଭେଶନ କାର୍ଯ୍ୟ ହୋଇଥଲା। ତେବେ କାର୍ତ୍ତିକ ମାସ ଭିଡ ଯୋଗୁ ଏହାର ମରାମତି ହୋଇ ପାରିନଥିଲା। ତେବେ ଏହାର ଅନୁଧ୍ୟାନ କରାଯାଇ ସଂରକ୍ଷଣ କାର୍ଯ୍ୟ କରାଯିବ। ଏହା ମନ୍ଦିର ପ୍ରତି ବିପଦର କୌଣସି କାରଣ ନାହିଁ ବୋଲି ଏ ଏସ ଆଇ ଅଧିକ୍ଷକ ସୁଚନା ଦେଇଛନ୍ତି। ସେପଟେ ରତ୍ନ ଭଣ୍ଡାର ର ମରାମତି ନିହାତି ଆବଶ୍ୟକ। ସରକାରଙ୍କ ସହଯୋଗ ଓ ଅନୁମତି ରହିଲେ ଏଏସ ଆଇ ଏହାର ମରାମତି କାର୍ଯ୍ଯ କରିବ। ତେବେ ରତ୍ନ ଭଣ୍ଡାର ବାହାର୍ ପଟ ଲେଜର ସ୍କନିଂ ହେଇଛି। ଏହାକୁ ରତ୍ନ ଭଣ୍ଡାର ଜାଞ୍ଜ ପାଇଁ ଗଠିତ ହୋଇଥିବା କମିଟିରେ ରିପୋର୍ଟ୍ ଦିଆଯିବ। କମିଟି ର ନିଷ୍ପତ୍ତି ପରେ କାର୍ଯ୍ୟ ଆରଂଭ ହେବ ବୋଲି ଏ ଏସ ଆଇ ଅଧିକ୍ଷକ ସୁଚନା ଦେଇଛନ୍ତି। ଆଜି ଭୋର୍ ରୁ ଶ୍ରୀ ମନ୍ଦିର ରୁ ପୁଣୀ ଏକ ପଥର ଖସିଛି । ପଶ୍ଚିମ ଦ୍ଵାର ବରାହ ମନ୍ଦିର ନିକଟ ରେ ଏହି ଘଟଣା ଘଟିଛି। ତେବେ ସୌଭାଗ୍ୟ ବସତ ଏହି ଘଟଣାରେ କେହି ଭକ୍ତ କି ସେବାୟତ ଆହତ ହୋଇନାହାନ୍ତି। ଏହା ବିଳମ୍ୱିତ ରାତିରେ ହେଇଥିବା ଅନୁମାନ କରାଯାଇଛି। ତେବେ ଏହି ଘଟଣା ଜଣାପଡିବା ପରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀ ମନ୍ଦିରକୁ ରକ୍ଷଣାବେକ୍ଷଣରେ କୋଟି କୋଟି ଟଂକା ଖର୍ଚ୍ଚ ହେଉଥିବା ଏ ଏସ ଆଇ ଓ ରାଜ୍ୟ ସରକାର କହି ଆସିଥିବାବେଳେ ପ୍ରକୃତ ଶ୍ରୀ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ରେ ଅବହେଳା ହେଉଥିବା ଅଭିଯୋଗ ହୋଇ ଆସୁଚି। ଗତ କିଛଦିନ ତଳେ ଶ୍ରୀ ମନ୍ଦିର ଉତ୍ତର ଦ୍ଵାର ଗୁମୁଟର ତଳ ପାର୍ଶ୍ଵରେ ଫାଟ ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା। ଗୁମୁଟର ତଳେ ଥିବା ପଦ୍ମ ଭଳି ପାଖୁଡ଼ା କାରୁକାର୍ଯ୍ୟ ସମ୍ପୂର୍ଣ ଫାଟି ଯାଇଚି। ଏଠାରେ ଲାଗିଥିବା ପଥର ର ଏକାଧିକ ବାର ଫାଟ ରହିଚି। ଯାହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି। ଆଗାମୀ ଦିନ ରେ ଏହା ଗୁମୁଟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଗୁମୁଟ ଭୁଷୁଡି ପଡ଼ିବାର ଆଶଙ୍କା କରାଯାଇଛି। ସେପଟେ ଏହି ଘଟଣା ନଜରକୁ ଆସିବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥଲା। ରାଜ୍ୟ ସରକାର, ଏ ଏସ ଆଇ ର ଅବହେଳା ପାଇଁ ଶ୍ରୀ ମନ୍ଦିର ଏବେ ବିପଦ ମୁହଁକୁ ଠେଲି ହୋଇଯାଇଥିବା ଭକ୍ତ ଅଭିଯୋଗ କରିଥଲେ । ତେବେ ଶ୍ରୀ ମନ୍ଦିର ଉତ୍ତର ଦ୍ଵାର ଗୁମୁଟ ରେ ଫାଟ ଉପରେ ମତ ରଖିଥିଲେ ଏ ଏସ ଆଇ ଅଧିକାରି। ଏ ଏସ ଆଇ କହିଥିଲା ଯେ ଗୁମୁଟ ର ତଳ ପାର୍ଶ୍ୱରେ ଥିବା ଫାଟର ଅନୁଧ୍ୟାନ କରଯାଇଛି। ଏ ଏସ ଆଇ ର ନିୟମ ଅନୁଯାୟୀ ଏହାର ମରାମତି ହେବ। ନହେଲେ ଏହାକୁ ବଦଳାଜାଇ ନୁଆ ପଥର ଦିଆଯିବ। ତେବେ ଏହି ଫାଟ ଯୋଗୁ ଶ୍ରୀ ମନ୍ଦିର ଉତ୍ତର ଦ୍ୱାର ଗୁମୁଟକୁ କୌଣସି ବିପଦ ନଥିବା ଏ ଏସ ଆଇ ଅଧିକାରି କହିଥିଲେ। ତେବେ ପୁଣି ଶ୍ରୀ ମନ୍ଦିରରୁ ପଥର ଖସିବା ନେଇ ଏ ଏସ ଆଇ ଉପରେ ଭକ୍ତ ଓ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More