ପୁରୀ(ସଂଘର୍ଷ ମିଡିଆ) : ଶ୍ରୀ ମନ୍ଦିରକୁ ଆସିଥିବା ଭକ୍ତ ମାନଙ୍କୁ ପୋଷାକ ଶାଳୀନତା ଉପରେ ସଚେତନ କରାଇଲେ ସେବାୟତ। ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀ ମନ୍ଦୀର ଭିତରକୁ ପ୍ରବେଶ ପାଇଁ ଯାଉଥିବା ଭକ୍ତ ଙ୍କୁ ଅଟକାଇ ଧୋତି ପିନ୍ଧାଇ ଶ୍ରୀ ମନ୍ଦିରକୁ ଛାଡ଼ିଲେ ସେବାୟତ। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଭକ୍ତ ମାନେ ସ୍ଵାଗତ କରିଛନ୍ତି। ଦୁଇ ଜଣ ଯୁବକ ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀ ମନ୍ଦିର କୁ ପ୍ରବେଶ ବେଳେ ସେଠାରେ ଉପସ୍ଥିତ ଜଗନ୍ନାଥ ମନ୍ଦିର ପୋଲିସ୍, ସେବାୟତ ଅଟକାଇ ଥିଲେ। ପରେ ଦୁଇଟି ଧୋତି ଅଣାଯାଇ ସେବାୟତ ମାନେ ଉକ୍ତ ଯୁବକ ଙ୍କୁ ପିନ୍ଧାଇ ଥିଲେ। ଯାହାକି ବେଶ୍ ଚର୍ଚ୍ଚାର ବିଷୟ ହୋଇଚି। ତେବେ ଶ୍ରୀ ମନ୍ଦିରକୁ ଆସୁଥିବା ଭକ୍ତ ଶାଳୀ ନତା ପୂର୍ବକ ଡ୍ରେସ ପିନ୍ଧି ଆସିବାକୁ ଶ୍ରୀ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଆସନ୍ତା ନୁଆ ବର୍ଷ ଜାନୁଆରୀ ଏକ ତାରିଖ ରୁ ଏହି ନିୟମ ଶ୍ରୀ ମନ୍ଦିର ରେ ଲାଗୁ ହେବ। ହେଲେ ତାହା ପୁର୍ବରୁ ଭକ୍ତ ମାନଙ୍କୁ ସଚେତନ କରାଇବା ପାଇଁ ନିଷ୍ପତ୍ତି ହୋଇଛି। ଶ୍ରୀ ମନ୍ଦିର ରେ ମୁତୟନ ଜେଟିପି ସଚେତନ କରୁଛନ୍ତି। ମହିଳା ମାନେ ସାଲ୍ୱାର, ଶାଢୀ ଦେହ ସମ୍ପୂର୍ଣ ଘୋଡାଇ ହେବା ଭଳି ଡ୍ରେସ ପିନ୍ଧିବାକୁ ନିୟମ ହୋଇଚି। ସେହିପରି ପୁରୁଷ ମାନେ ଫୁଲ ପ୍ୟାଣ୍ଟ, ସାର୍ଟ, ପଞ୍ଜାବୀ, ଅବା ପାରମ୍ପରିକ ଡ୍ରେସ ପିନ୍ଧି ଶ୍ରିମନ୍ଦିର କୁ ପ୍ରବେଶ କରିବେ। ଦୀର୍ଘ ଦିନ ହେଲା ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ପାଇଁ ଡ୍ରେସ କୋଡ ଲାଗୁ ନେଇ ସବୁ ମହଲରେ ଦାବୀ ହୋଇ ଆଶୁଥିଲା। ହେଲେ ଡ୍ରେସ କୋଡ ଲାଗୁ କରାନଯାଇ କେବଳ ଶରୀର ସମ୍ପୂର୍ଣ ଢାଙ୍କି ହେଲା ଭଳି ଶାଳୀନତା ପୂର୍ଣ୍ଣ ଡ୍ରେସ ନେଇ ନିୟମ ହୋଇଚି। ଯାହାକୁ ସବୁ ମହଲ ରୁ ସ୍ଵାଗତ କରାଯାଇଚି। ଆଧୁନିକ ଡ୍ରେସ, ଦେହ ଦେଖା ହେଉଥିବା ପୋଷାକ, ଚିରା ଫଟା ଡିଜାଇନ୍ ର ଡ୍ରେସ୍ ଉପରେ କଟକଣା ଜାରି କରାଯାଇଛି। ତେବେ ଏହି ନିୟମ ଲାଗୁ ପରେ ମହିଳା ଙ୍କୁ ସଚେତନ କରାଇବା ପାଇଁ ମହିଳା ପୋଲିସ ମୁତୟନ ପାଈଂ ଦାବୀ ହୋଇଛି। ସେହିପରି ଶ୍ରୀ ମନ୍ଦିର ନିକଟ ରେ ପୋଷାକ ବଦଳାଇବା ଗୃହ ରଖିବା ପାଇଁ ଦାବୀ ଉଠିଛି। ତେବେ ଆଗାମୀ ଦିନ ରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ପୁର୍ବରୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି।