ଶ୍ରୀ ବଳଦେବ ଜୀଉଙ୍କ ଚନ୍ଦନ ପୁଷ୍କରିଣୀରୁ ବିରଳ ନାରାୟଣ ମୂର୍ତ୍ତି ଉଦ୍ଧାର

7

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) -: ତୁଳସୀ କ୍ଷେତ୍ରର ମହାତ୍ମ୍ୟ ଅନୁଯାୟୀ ଶ୍ରୀ ବଳଦେବ ଦ୍ଵାପର ଯୁଗ ଅନ୍ତଃ କାଳରେ ଲଳିତ ଗିରିରେ ବାସକରୁଥିବା ଦୁର୍ଦ୍ଦାନ୍ତ ଅତ୍ୟାଚାରୀ ରାକ୍ଷସ କନ୍ଦରାକୁ ଏହି ସ୍ଥାନରେ ହଳ ମୁଷଳ ଆୟୁଧରେ ହତ୍ୟା କରିଥିବାରୁ ଏହି ସ୍ଥାନର ନାମ ‘କନ୍ଦରୁ ପାଢୀ’ ବା କେନ୍ଦ୍ରାପଡା । ତେଣୁ କେନ୍ଦ୍ରାପଡାକୁ ଲୋକେ ତୁଳସୀକ୍ଷେତ୍ର ବୋଲି କହିଥାଆନ୍ତି । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଶ୍ରୀ ବଳଦେବ ହେଉଛନ୍ତି କେନ୍ଦ୍ରାପଡା ବାସୀଙ୍କର ଆରାଧ୍ୟ ଦେବତା । ଶ୍ରୀକ୍ଷେତ୍ର ପରି ଶ୍ରୀ ଜୀଉଙ୍କ ମନ୍ଦିରରେ ୧୨ ମାସରେ ୧୩ ଯାତ୍ରା ପାଳିତ ହୁଏ । ଚନ୍ଦନ ପାଇଁ ରହିଛି ମହାପ୍ରଭୁଙ୍କର ବିରାଟ ଚନ୍ଦନ ପୁଷ୍କରିଣୀ । କିନ୍ତୁ ପରିତାପର ବିଷୟ ଆଜି ଚନ୍ଦନ ପୋଖରୀ ତାର ସତା ହରାଇଛି । ପୋଖରୀ ସାରା ଦଳଭର୍ତ୍ତି । ଏଠାରେ ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ଯାଏଁ ମହାପ୍ରଭୁ ଚାପ ଖେଳନ୍ତି । ଆଜି ଚନ୍ଦନ ଯାତ୍ରାର ଅନ୍ତିମ ଦିବସ । ଆଜି ସକାଳୁ ବଳଦେବ ସେନା ତରଫରୁ ପୁଷ୍କରଣୀ ଦଳ ନିଷ୍କାସନ ହେଉଥିଲା । ପ୍ରଶାସନ ସିନା ଶୁଣିଲାନି, କିନ୍ତୁ ଶ୍ରୀ ଜୀଉ ଆଜି ତାଙ୍କର ଶ୍ରୀ ବିଗ୍ରହ ଦେଖାଇ ପ୍ରମାଣ କରିଦେଲେଯେ, ଜିଲା ପ୍ରଶାସନ ସଜାଗ ହୁଅ ନଚେତ ମାହା ପ୍ରଳୟ ଘଟିବ । ସୂଚନାନୁଯାୟୀ , ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବ ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ନୂଆ ଚନ୍ଦନ ପୁଷ୍କରିଣୀରୁ ଭଗବାନ ନାରାୟଣଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି । ସୂଚନା ମୁତାବକ ଶ୍ୟାମ ଗୁଡ଼ିଆ ଅଞ୍ଚଳ ଫକୀର ବେହେରା ନାମକ ବ୍ୟକ୍ତି ସଖାଳୁ ଚନ୍ଦନ ପୁଷ୍କରିଣୀରେ ଗାଧୋଇବା ବେଳେ ତାଙ୍କ ହାତରେ ମୂର୍ତ୍ତିଟି ବାଜିଥିଲା । ମୂର୍ତ୍ତିକୁ ଉଠେଇ ଦେଖିଲା ବେଳେ ଭଗବାନ ନାରାୟଣଙ୍କ ମୂର୍ତ୍ତି । ଯେପରି ଆଖି ଖୋଲି ଭଗବାନ ଯେମିତି ଚାହିଁଛନ୍ତି । ବ୍ୟକ୍ତି ଜଣଙ୍କ ମୂର୍ତ୍ତିକୁ ପାଇଲା ମାତ୍ରେ ଭାବ ବିହୋଳ ହୋଇପଡି ପାଖରେ ଥିବା ଲୋକମାନଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ମୂର୍ତ୍ତିକୁ ନିକଟରେ ଥିବା ହନୁମାନ ମନ୍ଦିରରେ ରଖାଯାଇଛି । ଆସନ୍ତୁ ଶୁଣିବା ମୂର୍ତ୍ତି ପାଇଥିବା ଫକୀର ବେହେରା କଣ କହୁଛନ୍ତି । ସବୁଠାରୁ ଚର୍ଚାରର ବିଷୟ ଏହିକିଯେ ଆଜି ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରାର ଶେଷ ଦିନ ସହ ଆଜି ନାରାୟଣଙ୍କ ଚତୃଦ୍ଧା ମୃତ୍ତି ଉଦ୍ଧାର ହେବା ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କେହି କେହି କହୁଛନ୍ତି ଏହା ଅଷ୍ଟଧାତୁତ ଆଉ କିଏ କହୁଛି ଚନ୍ଦନ ପୁଷ୍କରିଣୀରେ ପାଣି କମିଯିବା କାରଣରୁ ନାରାୟଣଙ୍କ ମୂର୍ତ୍ତି ଉପରକୁ ଉଠିଯାଇଛି । । ଲୋକଙ୍କ କହିବା କଥା ଏହି ନାରାୟଣଙ୍କ ମୂର୍ତ୍ତିର ଓଜନ ଆନୁମାନିକ ପ୍ରାୟ 2ରୁ 3କେଜି ମଧ୍ୟରେ ହେବ। ସ୍ଥାନୀୟ ଲୋକଙ୍କ କହିବା କଥା ଆସନ୍ତା କାଲି ଏଣ୍ଡାମେଣ୍ଟ ପ୍ରଶାସନ ସହାୟତା କ୍ରମେ ମୂର୍ତ୍ତିକୁ ମାର୍ଜନା କରି ମନ୍ଦିର ପ୍ରବେଶ କରାଇବା ବ୍ୟବସ୍ଥା ଅଛି । କେନ୍ଦ୍ରାପଡ଼ାରୁ ବଲରାମ ବେହେରାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More