ଶ୍ରୀ ପଶୁପତିନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

7

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ନେପାଳ ଓ ଦିଲ୍ଲୀ ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର – ନେପାଳ ରାଜଧାନୀ କାଠମାଣ୍ଡୁସ୍ଥିତ ଶ୍ରୀ ପଶୂପତିନାଥ ମନ୍ଦିର ପରିସର ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଉଦଯାପିତ ହୋଇଥିବା ବେଳେ ଏବେ ଦିଲ୍ଲୀ ହଜଖସ ସ୍ଥିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଭୁବନେଶ୍ୱର ସ୍ଥିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ଅଧ୍ୟକ୍ଷ ମହନ୍ତ ରାମକୃଷ୍ଣ ମହାରାଜ ପୌରହିତ୍ୟ କରିଥିଲେ l କାଠମାଣ୍ଡୁରେ ଧାରାବାହିକ ପ୍ରବକ୍ତା ରୂପେ ବାବା ସତ୍ୟାନନ୍ଦ ଦାସ ଯୋଗ ଦେଇ ସ୍କନ୍ଦପୁରାଣ ଅନୁଯାୟୀ ପ୍ରବଚନ ଦେଇଥିଲେ l ନେପାଳରେ ୧୮ ମେରୁ ଆରମ୍ଭ ହୋଇ ୨୨ ତାରିଖରେ ଉଦଯାପିତ ହୋଇଯାଇଛି, ନେପାଳରେ ଏହି କାର୍ଯ୍ୟକ୍ରମ ରେ ପ୍ରବାସୀ ଓଡିଆ, ଶ୍ରୀପଶୁପତିନାଥଙ୍କ ମୁଖ୍ୟ ପୂଜକ ମୂଲ ଭଟ୍ଟ , ରାଜଗୁରୁ ଓ ବହୁ ସାଧୁ ସନ୍ଥମାନେ ଯୋଗ ଦେଇଥିଲେ,l ଦିଲ୍ଲୀ ରେ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ,ଜୟରାମ ସାମଲ, ରବିନାରାୟଣ ମହାପାତ୍ର କେଶବ ଦ୍ଵିତି କୃଷ୍ଣ, ଅନନ୍ତ କିଶୋର ରଥ, ସତ୍ୟାନନ୍ଦ ପାଣି, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, l ବୈକୁଣ୍ଠନାଥ ଭକ୍ତ ସମାଜର ସଭାପତି ନିର୍ମଳ ଚନ୍ଦ୍ର ଧଳ ଓ ବାଳକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି l ଆସନ୍ତା ୨୯ତାରିଖରେ ଉଦଯାପିତ ହେବ l ରିପୋର୍ଟ, ଉଗ୍ରସେନ କର୍ମୀ, ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More