ଶ୍ରୀ ଜୀଉଙ୍କୁ ଫୁଲଲାଗି କଲେ ତୁଲସୀ ବାବା ରାମ ଷରଣ ଦାସଜୀ ମହାରାଜ

33

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ମାହାମାରୀ କାରୋନା କବଳରୁ ଟିକେ ଆଶ୍ଵସ୍ତି ମିଳିଲାପରେ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଆରମ୍ଭ ହୋଇଛି ଶ୍ରୀ ଜୀଉଙ୍କ ପବିତ୍ର ଘୋଷ ଯାତ୍ରା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାର ଅନୁମତି ମିଳିଛି । ପୁରୀ ଭଳି ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ମଧ୍ୟ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ । କାରଣ ଏଠାକାର ରଥଯାତ୍ରା ମଧ୍ୟ ପୁରୀ ରଥଯାତ୍ରା ଭଳି ସ୍ୱତନ୍ତ୍ର । ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ଶ୍ରୀ ଶ୍ରୀ ବଳଦେବଜିଉଙ୍କୁ ଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସନ୍ତି କେନ୍ଦ୍ରାପଡା । ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଦୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ବଳଦେବଜିଉଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ହେଉଛନ୍ତି ଶ୍ରୀ ଶ୍ରୀ ବଳଦେବଜିଉ । ଅନ୍ୟ ସ୍ଥାନରେ ଶ୍ରୀଜିଉଙ୍କ ପାଇଁ ତିନୋଟି ରଥ ନିର୍ମାଣ କରା ଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ଏକମାତ୍ର ରଥ ନିର୍ମାଣ କରାଯାଇଥାଏ । ଯେଉଁଥିରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିଥାନ୍ତି । ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ରୀତିନୀତି ଅନୁଯାୟୀ ପହଣ୍ଡିରେ ବାହାରିଥିଲେ ଶ୍ରୀ ସିଦ୍ଧ ବଳଦେବ ଜୀଉ ସାଥିରେ ଥିଲେ ସୁନାନାକୀ ଭଉଣୀ ସୁଭଦ୍ରା ଓ ସାନ ଭାଇ ଜଗତରନାଥ ଶ୍ରୀ ଜଗନ୍ନାଥ । ରଥାରୂଢ ଶ୍ରୀ ଜୀଉ ଭାଇ ଭଉଣୀଙ୍କୁ ଧରି ବାହାରିଥିଲେ ନିଜର ଜନ୍ମ ବେଦି ମାଉସୀ ମା ମନ୍ଦିରକୁ । ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ । ବିଶ୍ବାସ ଅନୁଯାୟୀ ରଥରେ ୩ ଠାକୁରଙ୍କୁ ଦର୍ଶନ କଲେ ସବୁ ପାପ ଧୋଇ ହୋଇଯାଇ ପୂଣ୍ୟ ମିଳିଥାଏ। ଏହି ପୁଣ୍ୟ ଅବସରରେ ଓଡିଶୀ ନୃତ୍ୟରେ ଶ୍ରୀ ଜୀଉଙ୍କୁ ସ୍ଵାଗତ କରିଥିଲେ ଓଡିଶୀ ନୃତ୍ୟ।ଙ୍ଗନା ମାନେ । ଶ୍ରୀ ଜୀଉଙ୍କୁ ଦର୍ଶନ ପାଇ ନିଜକୁ ଧନ୍ୟ ମାଣୁ ଥିଲେ ଶ୍ରଦ୍ଧାଳୁ ଓ ଭକ୍ତ । ଏହି ପବିତ୍ର ଅବସରରେ ରାଜଧାନୀ ଭୁବନେଶ୍ବରରୁ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଧାଇଁ ଆସିଥିଲେ ତୁଳସୀ ବାବା ଓରଫ ସାଧୁ ରାମ ସରଣ ଦାସଜୀ ମାହାରଜ । ତାଙ୍କର ଆଶ୍ରମ ରାଜଧାନୀ ଭୁବନେଶ୍ବର ସ୍ଥିତ ଗଡଖଣାରେ ଅବସ୍ଥିତ । ସୂଚନାନୁଯାୟୀ , ବାବା ରାମ ଷରଣ ଦାସଜୀ ମାହାରଜ ପ୍ରତି ବର୍ଷ ଶ୍ରୀ ଗୁଣ୍ଡିଚା ଦିନ ଶ୍ରୀ ଜଗନ୍ନାଥ ମାହାପ୍ରଭୁଙ୍କୁ ତୁଳସୀ ମାଳା ଓ ବିଭିନ୍ନ ପ୍ରକାରର ପୁଷ୍ପଲାଗି କରିଥାନ୍ତି । ଚଳିତ ବର୍ଷ ପୁରୀରେ ଶ୍ରୀ ଜୀଉଙ୍କୁ ପୁଷ୍ପଲାଗି କଲାପରେ ତୁଳଶିକ୍ଷେତ୍ର କେନ୍ଦ୍ରାପଡାରେ ଗୁଣ୍ଡିଚା ପରଦିନ ପହଞ୍ଚି ରଥାରୂଢ ଶ୍ରୀ ଜୀଉଙ୍କୁ ଦର୍ଶନକରି ପୁଷ୍ପ ଓ ତୁଲସୀ ପ୍ରଦାନ କରିଥିଲେ ତୁଲସୀ ବାବା । ଦେଖନ୍ତୁ ସେସମୟର କିଛି ଝଲକ । ଯୁଗେ ଯୁଗେ ଭକ୍ତଙ୍କ ପାଇଁ ଭଗବାନ ବନ୍ଧା । ପ୍ରବଳ ଗ୍ରୀଷ୍ମ ଲହରୀ ମଧ୍ୟରେ ଭଗବାନଙ୍କୁ ପାଇ ଭକ୍ତ ବିହୋର । ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More