ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଏଏସ୍ଆଇ ଡିଜିଙ୍କୁ ଆଠ ଦଫା ପ୍ରଶ୍ନ ଓ ଦାବି ସମ୍ମିଳିତ ଦାବିପତ୍ର ପ୍ରଦାନ

24

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ଶ୍ରୀ ଜଗନ୍ନାଥ ସେନା ତରଫରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଏଏସ୍ଆଇ ଡିଜିଙ୍କୁ ବିରୋଧ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ। କଲା ଶ୍ରୀ ଜଗନ୍ନାଥ ସେନା । ଶ୍ରେ ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ବେଆଇନ ଖନନକୁ ଏଏସ୍ଆଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉଆ ନଥିବାରୁ ଆଜି କେନ୍ଦ୍ର ମନ୍ତ୍ରୀ ଓ ଏଏସ୍ଆଇ କର୍ତ୍ତୁପକ୍ଷଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀ ଜଗନ୍ନାଥ ସେନା । ଏ.ଏସ.ଆଇ. ପ୍ରତ୍ନତତ୍ୱ ବିଭାଗ ପୁରୀ ଶ୍ରୀମନ୍ଦିର ଚାରିପଟ ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଖନନ ଓ ନିର୍ମାଣ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ପୁରୀ କାର୍ଯ୍ୟାଳୟ ଘେରାଉ, ଆନ୍ଦୋଳନ, ବିକ୍ଷୋଭ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଶ୍ରୀ ଜଗନ୍ନାଥ ସେନା । ଏଏସ୍ଆଇର ସନ୍ଦେହ ଜନକ ଭୂମିକା ପଛରେ ରହସ୍ୟ କଣ ବୋଲି ଶ୍ରୀ ଜଗନ୍ନାଥ ସେନା ପ୍ରଶ୍ନ କରିଛି । ସଂସ୍କୃତି ସଚିବଙ୍କୁ ଦାବିପତ୍ର ସହ କେତେକ ପ୍ରଶ୍ନ କରିଛି ଶ୍ରୀ ଜଗନ୍ନାଥ ସେନା । ସେ ପ୍ରଶ୍ନ ଗୁଡିକ ହେଲା ……(୧) _ ଶହେ ମିଟର ନିସିଦ୍ଧାଞ୍ଚଳ ଭିତରେ ବେଆଇନ ନିର୍ମାଣ ଓ ଖନନ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏଏସ୍ଆଇ ନୀରବ କଣ ପାଇଁ। (୨)_ ବେଆଇନ କାର୍ଯ୍ୟ ଚାଲିଥିଲେ ମଧ୍ୟ ବିଭାଗ ପକ୍ଷରୁ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଯାଇନି ? (୩) _ ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ର ସଂସ୍କୃତି ମନ୍ତରାଳୟ ସମର୍ଥନ କରୁଛି କି ? ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More