ପୁରୀ (ସଂଘର୍ଷ ମିଡିଆ ) : ଶ୍ରୀ ଜଗନ୍ନାଥ ସେନା ତରଫରୁ ବିଶ୍ଵ ଐତିହ ଦିବସ ପାଳିତ ହୋଇଯାଇଛି । ଆଜି ହେଉଛି ବିଶ୍ଵ ଐତିହ ଦିବସ ”world heritage day ” । ଆମ ଓଡିଆ ଜାତି ପାଖରେ ବା ଆମ ଓଡିଶାରେ ଐତିହ ଭରପୁର ହୋଇଛି । ଆମ ପାଖରେ ବିଶ୍ଵର ଶ୍ରେଷ୍ଟ ଐତିହ ଶ୍ରୀ ଜଗନ୍ନାଥ ମନ୍ଦିର , ଶ୍ରୀ ଲିଙ୍ଗରାଜ ମନ୍ଦିର , କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଅନେକ ଶ୍ରେଷ୍ଠ କରୁକଳା ସମ୍ପନ୍ନ ଐତିହ ଗୁଡିକ ରହିଛି । ମାତ୍ର ପରିତାପର ବିଷୟ ଏଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ ଓ ସରକାର କଳର ଅବହେଳାରୁ ନଷ୍ଟ ହେବାକୁ ବସିଲାଣି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ସେ ଅଭିଯୋଗ କରିଛନ୍ତି ଯେ ଓଡିଶାର ପ୍ରତେକ ଜିଲ୍ଲାରେ ପ୍ରାଚୀନ ଐତିହ ଗୁଡିକ ଜରାଯିର୍ଣ ଅବସ୍ଥାରେ ଦଣ୍ଡାୟମାନ । ମାତ୍ର ପରିତାପର ବିଷୟ ସରକାର ଉକ୍ତ ପ୍ରାଚୀନ ଐତିହ ଗୁଡିକର ସୁରକ୍ଷା ପାଇଁ ଚିନ୍ତା ନକରି ଏଗୁଡିକର ପରିପାର୍ଶ୍ଵକ ଅଞ୍ଚଳକୁ ସଜାଇବାରେ ବ୍ୟସ୍ତ ଅଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯଦି ଐତିହ ଅସୁରକ୍ଷିତ ଓ ଭାଙ୍ଗି ଯିବାର ଭୟ ସୃଷ୍ଟି ହେଲାଣି ତେବେ ପରିର୍ଶ୍ଵକ ସୌନ୍ଦର୍ଯ୍ୟକରଣ କାହାପାଇଁ ବୋଲି ଶ୍ରୀ ଜଗନ୍ନାଥ ସେନାର ଆବାହକ ମତବ୍ୟକ୍ତ କରିଛନ୍ତି । ଏବେ ଶ୍ରୀ ମନ୍ଦିର ଅତି ନିକଟରେ ବିରାଟ ଗାତ ମାନ ମେସିନ ଲଗାଇ ଖୋଳାଯାଇ ସୌନ୍ଦର୍ଜ୍ୟକରଣ କାର୍ଯ୍ୟ ସରକାର କରୁଥିବାରୁ ଏହା ଶ୍ରୀ ମନ୍ଦିର ପ୍ରତି ବିପଦ ସୃଷ୍ଟି କରି ମନ୍ଦିର ମଧ୍ୟରେ ଅଜସ୍ର ଫାଟ ସୃଷ୍ଟି କଲାଣି । କୌଣସି ଅନୁମତି ନଥାଇ ବେଆଇନ କାର୍ଯ୍ୟ ଯୋଗୁ ଆଜି ଏହି ବିଶ୍ଵ ପ୍ରସିଦ୍ଧ ଐତିହ ବିପଦରେ । ପୁରୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବିରୋଧର ସ୍ଵର ଲାଗିଥିଲେ ମଧ୍ୟ ସରକାର ଶୁଣୁ ନଥିବାରୁ ମାହାପ୍ରଭୁ ନିଜ ମନ୍ଦିରକୁ ନିଜେ ସୁରକ୍ଷା ଦିଅନ୍ତୁ ବୋଲି ଶ୍ରୀ ଜଗନ୍ନାଥ ସେନା ଗୁହାରି କରିଛି । ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।