ନବରଙ୍ଗପୁର(ସଂଘର୍ଷ ମିଡିଆ ) : -ଆଜି ଚଚା ଗ୍ରାମ ପଞ୍ଚାୟତର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ତାରାବେଡା, ଭେଜିଗୁଡା, ଗୋବଗୁଡା,ସୁରୁମୁଣ୍ଡା, ଛୁଇଁମାଟିଗୁଡା, ପାର୍ଲିଆପୋଡ଼ା, ଦାବରୀମୁଣ୍ଡା, ଓ ଥାଟବେଡା, ଏ ସମସ୍ତ ଗ୍ରାମକୁ ନେଇ ମନ୍ଦିର ନିର୍ମାଣ ପାଇଁ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକ ରେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଦୁର୍ଗା ପ୍ରସାଦ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏଵଂ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ରହି ସଭାପତି ଭାବେ ଶ୍ରୀଯୁକ୍ତ ଅଜୟ କୁମାର ସାମଲ (ଚିକୁ )ଏବଂ ଉପସଭାପତି ଶ୍ରୀଯୁକ୍ତ ସୁନୀଲ କୁମାର ଯାଦବ ଏବଂ ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ମାଝୀ ଓ ସହସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ଗାଣ୍ଡା ଙ୍କୁ ସର୍ବ ସମ୍ମତି କ୍ରମେ ମନ୍ଦିର କମିଟି ନିମନ୍ତେ ଚୟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତ୍ୟନ୍ତ ଖୁସି ହୋଇ ସଭାପତି ପାଞ୍ଚଲକ୍ଷ ଟଙ୍କା ଚେକ ଏବଂ ତାଙ୍କର ବଡ ଭାଇ ରିଙ୍କୁ କୁମାର ସାମଲ ଏକଲକ୍ଷ ଟଙ୍କା ବୈଠକ ରେ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ସମାଜସେବୀ ନରସିଂ ମାଝୀ, ଦଳପତି ମାଝୀ, ଗଣପତି ପୂଜାରୀ, ପିତାମ୍ବର ପୂଜାରୀ, ସହଦେବ ଗୌଡ଼ ଏବଂ ଚଚା ପଞ୍ଚାୟତ ର ଯୁବକ ଭାଇମାନେ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।