ଶ୍ରୀ ଜଗନ୍ନାଥ ବିଦ୍ୟାମନ୍ଦିର ଉଚ୍ଚ ନୂଆଗାଁରେ ୨୧ତମ ବିଶ୍ୱ ବିଜ୍ଞାନ ଦିବସ ପାଳିତ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଉଚ୍ଚ ନୂଆଗାଁ ଠାରେ ଥିବା ଶ୍ରୀଜଗନ୍ନାଥ ବିଦ୍ୟାମନ୍ଦିରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଇନସାଫ ପକ୍ଷରୁ 21ତମ ବିଶ୍ୱ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ପ୍ରକୃତିବନ୍ଧୁ ଅଧ୍ୟାପକ ଡକ୍ଟର ଶରତ ଚନ୍ଦ୍ର ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆୟୋଜକ ଇନସାଫର ଉପଦେଷ୍ଟା ତଥା ପରିବେଶ ବିତ ଉତ୍କଳ ରଂଜନ ମହାନ୍ତି ପ୍ରାମ୍ଭରେ ଅତିଥି ପରିଚୟ ସହ ଆଜିର ଦିବସର ବିଷୟବସ୍ତୁ ନିରନ୍ତର ବିକାଶ ପାଇଁ ମୌଳିକ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ପରିବେଶ ସମିତିର ଯୁଗ୍ମ ସମ୍ପାଦକ ମନୋରଞ୍ଜନ ମିଶ୍ର, ମୁଖ୍ୟ ବକ୍ତା ଭାବେ କୃତି ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ପରିଡା,ସମ୍ମାନିତ ଅତିଥିଭାବେ ଓଡିଶା ପରିବେଶ ସମିତିର ଆଜୀବନ ସଦସ୍ୟ ବିଶ୍ୱନାଥ ପୁହାଣ ଯୋଗଦେଇ ଯୋଗଦେଇ ପ୍ରାକୃତିକ ପରିବେଶ ସୁରକ୍ଷା ନିମନ୍ତେ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି କହିବା ସହ ନିରନ୍ତର ବିକାଶ ପାଇଁ ମୌଳିକ ବିଜ୍ଞାନ ର ଆବଶ୍ୟକତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାମନ୍ଦିରର ଶିକ୍ଷକ ଚିନ୍ମୟ ନାୟକ, ସୁନୀଲ ଦାଶ, ସଞ୍ଜୟ କୁମାର ବାରିକ, ସନ୍ତୋଷ ବାରିକ, ସସ୍ମିତାଞ୍ଜଳି ପରିଡା, ବସନ୍ତ କୁମାର ପରିଡା, କର୍ମଚାରୀ ସୁନାକର ସ୍ୱାଇଁ, ସାବିତ୍ରୀ ସାହାଣୀ,ପ୍ରମୂଖ ପରିଚାଳନାରେ ସହାୟତା କରିଥିଲେ।ପରିବେଶ ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପାଦେୟ ପୁସ୍ତକ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କରାଯାଇଥିଲା।ଶେଷରେ ବିଦ୍ୟାମନ୍ଦିର ର ପ୍ରଧାନଶିକ୍ଷକ ସୁଧୀର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟ କ୍ରମରେ ପ୍ରାକ୍ତନ ଛାତ୍ର ଓ ଅଧୟନରତ ଛାତ୍ରଛାତ୍ରୀ ଉପସ୍ଥିତି ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More