ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପବିତ୍ର ହେରା ପଞ୍ଚମୀ ନୀତି ପାଳିତ

11

Get real time updates directly on you device, subscribe now.

ପୁରୀ)ସଂଘର୍ଷ ମିଡିଆ) : – ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପବିତ୍ର ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ମା ଲକ୍ଷ୍ମୀ ଠାକୁରାଣୀ ଦର୍ଶନ କରୀଛନ୍ତି। ତେବେ ଶ୍ରୀ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ନନ୍ଦିଘୋଷ ରଥ କିଛି ଅଂଶକୁ ମା ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିଛନ୍ତି। ଭାଇ ଭଉଣୀଙ୍କୁ ନେଇ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବା ବେଳେ ସାଙ୍ଗରେ ପତ୍ନୀଙ୍କୁ ଆଣିନଥିବାରୁ ଏହାକୁ ନେଇ ଲକ୍ଷ୍ମୀ ଠାକୁରାଣୀ ଅଭିମାନରେ ରାଗରେ ଜର୍ଜରିତ ହୋଇ ନନ୍ଦୀ ଘୋଷ ରଥର କିଛି ଅଂଶ ଭାଙ୍ଗି ଦେଇଥିଲେ। ତେବେ ଏହି ମାନବିୟ ଅନନ୍ୟ ଲୀଳା ଦେଖିବକୁ ଭକ୍ତ ମାନେ ଅପେକ୍ଷାରେ ଥିଲେ। ତେବେ ଆଡ଼ପ ମଣ୍ଡପରେ ମଧ୍ୟାହ୍ନ ଧୂପ ନୀତି ଅହେତୁକ ବିଳମ୍ୱ ଯୋଗୁ ପରବର୍ତ୍ତୀ ନୀତି ବିଳମ୍ବ ହୋଇଥିଲା। ଫଳରେ ହେରା ପଞ୍ଚମୀ ନୀତି ମଧ୍ଯ ବିଳମ୍ୱ ହୋଇଥଲା। ଆଜି ଭୋର 3 ଟା 20 ରେ ମା ଲକ୍ଷ୍ମୀ ଠାକୁରାଣୀ ବିମାନରେ ବିଜେ କରି ଆଡ଼ପ ମଣ୍ଡପ ଯାତ୍ରା କରିଥିଲେ। ସେଠାରେ ସକାଳ 5 ଟା 20 ରେ ରଥ ନିକଟରେ ବନ୍ଦାପନା, 5 ଟା 40 ରେ ଲକ୍ଷ୍ମୀ ମହାପ୍ରଭୁଙ୍କ ଆଜ୍ଞା ମାଳ ପାଈ ଶ୍ରୀ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥଲେ। ସବୁ ବର୍ଷ ରାତ୍ର 12 ସୁଦ୍ଧା ଏହି ନିତି ପ୍ରାୟତ ଅନୁଷ୍ଠିତ ହେଇଥାଏ। ଫଳରେ ଏହି ନୀତିକୁ ହଜାର ହଜାର ଭକ୍ତ ଦର୍ଶନ କରିଥାନ୍ତି। କୁନ୍ତି ନୀତି ରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଅନନ୍ୟ ନୀତି ଦେଖିବାରେ ଅନେକ ଭକ୍ତ ବଞ୍ଚିତ ହୋଇଛନ୍ତି। ନୀତି ବିଳମ୍ବ ଯୋଗୁ ଗତକାଲି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନିତୀ ହୋଇ ପାରି ନାହିଁ। ସେହିପରି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ମଧ୍ଯ ବିଳମ୍ୱ ହୋଇଛି। ଯାହାକୁ ନେଇ ଭକ୍ତ ମହଲ ରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଗୋଟେ ପଟେ ମହାପ୍ରଭୁଙ୍କ ଶୃଙ୍ଖଳିତ ନିତି ପାଇଁ ସେବାୟତ ଓ ପ୍ରଶାସକଙ୍କ ମଧ୍ୟରେ ଘନ ଘନ ବୈଠକ ପ୍ରତିଦିନ ବସୁଛି। କିନ୍ତୁ ନୀତି ଠିକରେ ହୋଇ ପାରୁନାହିଁ। ଯାହାକୁ ନେଇ ଶ୍ରୀ ମନ୍ଦିର ପ୍ରଶାସନର ପରିଚାଳନା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More