ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : ପାରଳାଖେମୁଣ୍ଡିର ଶ୍ରୀ ଅରବିନ୍ଦ ସୋସାଇଟି ପକ୍ଷରୁ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାଗରଣ ଯାତ୍ରା ଆୟୋଜିତ ହୋଇଯାଇଛି। ଶିଳ୍ପାଞ୍ଚଳରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଛାତ୍ରଛାତ୍ରୀ, ପୂରାତନ ଛାତ୍ର, ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଟ ସଦସ୍ୟଙ୍କ ସମେତ କର୍ମକର୍ତ୍ତା ମାନେ ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ସୁସଜ୍ଜିତ ଫୋଟଚିତ୍ର ସହ ଏକ ବିରାଟ ସାଇକଲ ଶୋଭାଯାତ୍ରାରେ ବାହାରିଥିଲେ। ଅନୁଷ୍ଠାନର ଅଗ୍ରଦୂତ ଶାଖାର ସଂଯୋଜକ ତଥା ପୂର୍ବତନ ଛାତ୍ର ଆଦର୍ଶ ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ପାରଳା ପୌରପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ ଓ ଅନ୍ୟତମ ଅତିଥି ଭାବରେ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ରହି ଜାଗରଣ ଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ସଂଯୋଜିକ ଅଞ୍ଜନା ପଟ୍ଟନାୟକ ସ୍ଵାଗତ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶିକ୍ଷାକେନ୍ଦ୍ରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରଥମେ ପୋଲିସ ଷ୍ଟେସନ ଛକ ଠାରେ ଏକ ମାନବ ଶୃଙ୍ଖଳ ରେ ଠିଆ ହୋଇ ଶ୍ରୀ ଅରବିନ୍ଦ ଓ ଶ୍ରୀମା ଙ୍କ ବାଣୀ ଓ ବିଭିନ୍ନ ଲେଖା ମାଧ୍ୟମରେ ଶ୍ରୀ ଅରବିନ୍ଦ ଙ୍କ ଅତିମାନସ ଚେତନାକୁ ନେଇ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପରେ ସହରର ବିଭିନ୍ନ ଛକକୁ ସାଇକଲ ଯାତ୍ରା କରି ଅନୁଷ୍ଠାନ ରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସୋସାଇଟିର ଅଗ୍ରଦୁତ ଶାଖାର ସଦସ୍ୟ ମାନେ ସଂଯୋଜନା କରିଥିଲେ।