ମାହାଙ୍ଗା (ସଂଘର୍ଷ ମିଡିଆ ) : : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଜଳେଶ୍ୱରପୁର ଗ୍ରାମର ପାଣିସାହିରେ ଶ୍ରୀ ଶ୍ରୀ ରାଧକାନ୍ତଙ୍କ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି ।ଆଜି ହେଉଛି ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ ଓ ପବିତ୍ର ଗହ୍ମା ପୂର୍ଣ୍ଣିମା । ହିନ୍ଦୁ ସାସ୍ତ୍ର ଓ ପୁରାଣ ଅନୁଯାଇ ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ଏହି ରାକ୍ଷୀ ର ପର୍ବ ପ୍ରତ୍ୟେକ ଘରେ ଘରେ ପାଳିତ ହୋଇଥାଏ। ଏହାକୁ ଭାଇ ଓ ଭଉଣୀ ଙ୍କ ବଡ଼ ପର୍ବ ମନାଯାଇ ଥାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ କୌଣସି ଏକ କାରଣରୁ ପ୍ରଭୁ ବଳରାମ ଙ୍କ ହାତରୁ ରକ୍ତସ୍ରାବ ଦେଖି ଦୌପଦି ନିଜର ପାଟ ଶାଢୀକୁ ଚିରି ବଳରାମଙ୍କ ହାତରେ ବାନ୍ଧି ଥିଲେ। ସେହି ଦିନଠାରୁ ଏହି ପର୍ବ ପାଳନ ହୋଇଆସୁଥିବା ବେଳେ ବିଭିନ୍ନ ମଠ ଓ ମନ୍ଦିର ରେ ରାଧାକୃଷ୍ଣ ଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ ।ଗତ ଦୁଇ ବର୍ଷ ହେବ କୋଭିଡ୍ ପାଇଁ ଏହା କଟକଣା ମଧ୍ୟରେ ପାଳିତ ହେଉଥିବା ବେଳେ ଏଠାରେ ରାଧା କୃଷ୍ଣ ଙ୍କ ସମସ୍ତ ନୀତିକାନ୍ତିରେ ପୂଜା ଅର୍ଚ୍ଚନା କାରାଯିବା ସହ ଝୁଲଣ ଯାତ୍ରା ,ଭଜନ କୀର୍ତ୍ତନ ରେ ଆସରରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା କଳାକାର ମାନଙ୍କ ମଧ୍ୟରୁ 4 ଜଣ ବୈଜ୍ୟଷ୍ଠ କଳାକାର ଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ରେ ସମ୍ବଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅଭୟ ଚରଣ ପଣ୍ଡା , ସୁଦର୍ଶନ ପାଣି ,ବଳଭଦ୍ର ପାଣି , ଯାଦବ ଚନ୍ଦ୍ର ଦାଶ , କେଦାର ଚନ୍ଦ୍ର ପାଣି , ଶତ୍ରୁଘ୍ନ ପାଣି , ମନୋରଞ୍ଜନ ତ୍ରିପାଠୀ , ଅରକ୍ଷିତ ପାଣି ,ବିଜୟ କୁମାର ପାଣି , ଅମରେନ୍ଦ୍ର ପାଣି , ସଞ୍ଜୟ କୁମାର ପାଣି , ରମେଶ ପାଣି , ପ୍ରଦୀପ୍ତ ପାଣି ଙ୍କ ସମେତ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ ।