ଶ୍ରୀରାମ ମନ୍ଦିର ଭବ୍ୟ ଭୂମି ପୂଜନ ଅବସରରେ ପ୍ରଦୀପ ପ୍ରଜ୍ୱଳନ

10

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ମନ୍ଦିରରେ ଭବ୍ୟ ଭୂମି ପୂଜନ ଅବସରରେ କଟକରେ ଥିବା ରାମମନ୍ଦିର ଗୁଡିକରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି । ସ୍ୱଛାସେବୀ ଅନୁଷ୍ଠାନ ନୋ ଟିୟରସ୍ ଫାଉଣ୍ଡେସନ୍ର କର୍ମକର୍ତ୍ତାମାନଙ୍କ ପକ୍ଷରୁ ବିଦ୍ୟାଧରପୁର ଠାରେ ଥିବା ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ୧୦୧ ଦୀପଦାନ ସହ କରୋନା ଯୋଦ୍ଧାଙ୍କ ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସେହିପରି ସାମାଜିକ ସଂଗଠନ ଅତିଥି ପକ୍ଷରୁ ପ୍ରଭୁଙ୍କ ଆଗମନ ପାଇଁ ୫,୦୦୦ ସମୂହ ଦୀପଦାନ ଉତ୍ସବକୁ ପାଳନ କରାଯାଇଛି । ଶ୍ରୀରାମଙ୍କ ମନ୍ଦିର ଟ୍ରଷ୍ଟକୁ ଏକ ଲକ୍ଷ ଦଶ ଟଙ୍କାର କଏନ ସଂଗ୍ରହ କରି ଦାନ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ବର୍ଷେ ଭିତରେ ସାରିବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More