ଶ୍ରୀରାମ ନବମୀ ବ୍ରତ ଉଦଯାପିତ

11

Get real time updates directly on you device, subscribe now.

ବୌଦ୍ଧ (ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଳା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ଶ୍ରୀ ରଘୁନାଥ ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ହୋଇଥିବା ଶ୍ରୀରାମ ନବମୀ ପୂଜାତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ସଂସଦର ମ୍ୟାନେଜର ଆରତ ବାଇଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ ସହ ବ୍ରତାଧାରୀ ପ୍ରତ୍ୟେକ ସଂଧ୍ୟାରେ ରାମାୟଣପୁରାଣ ପାଠ କରି ନବମ ଦିନରେ ପୁନଃଶରଣ କରିଥିଲେ।ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପଣ୍ଡିତ ମନୋଜ ପାଣିଗ୍ରାହୀ ଓ ଗଜେନ୍ଦ୍ର ପାଣିଗ୍ରାହୀ ପୂଜା କାର୍ଯ୍ୟ ଓ ପୁରାଣ ପଠନ କରିଥିଲେ । କିଶୋର ବିଶି ଓ ପତ୍ନୀ ଶ୍ରୀମତୀ ଶାନ୍ତିଲତା ବିଶି କର୍ତ୍ତା କାର୍ଯ୍ୟ ତୁଳାଇଥିଲେ। ପୂଜା କାର୍ଯ୍ୟରେ ଦିଲିପ ମହାନ୍ତି, ଶରତ ମହାନ୍ତି, କନ୍ଧ ମହାକୁଡ, ସୁଦେବ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଶୁକ୍ରବାର ସାଂଧ୍ୟ କାର୍ଯ୍ୟକ୍ରମରେ ବ୍ୟାସ ଗୁରୁ ଶ୍ରୀ ବ୍ୟାସଦେବ ମିଶ୍ରଙ୍କ ଦ୍ଵାରା ରାମାୟଣ ପୁରାଣର ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିବା ନେଇ ସଂସଦର ସଂପାଦକ ଦେବେନ୍ଦ୍ରନାଥ ରଣା ପ୍ରକାଶ କରିଛନ୍ତି।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More