ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

12

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ରାଉରକେଲା ସେକ୍ଟର ୧୯ ଏ ବ୍ଲକ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଥିବା ଶୃତି ଭବନ ଠାରେ ଶ୍ରୀରାମ ଚରିତ ମାନସ,ନବାହ୍ନ ପାରାୟଣ ଓ ପ୍ରବଚନ ଦୀର୍ଘ ୯ ଦିନଧରି ଚାଲିବା ପରେ ଶତାଧିକ ଭକ୍ତଙ୍କ ଉପସ୍ଥିତିରେ ଉଦଯାପିତ ହୋଇଯାଇଛି । ଶେଷରେ ସମସ୍ତ ଭକ୍ତ ସାମୁହିକ ଦୀପ ଜାଳି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଆରତୀ ବନ୍ଦନା କରିଥିଲେ । ସୂଚନା ଯୋଗ୍ୟ ଯେ କଥାବ୍ୟାସ ପଣ୍ଡିତ ଶ୍ରୀଧର ଦାସ ଏବଂ ମମତା ପଟ୍ଟନାୟକ ତଥା ଦିବ୍ୟଜୀବନ ସଂଘର ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦ ମହାରାଜ,ବ୍ରହ୍ମଚାରୀ ପ୍ରଣବ ଚୈତନ୍ୟ, ବ୍ରହ୍ମ ଚାରିଣୀ ସୁଷମା ତଥା ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦାନ କରି ଶ୍ରଦ୍ଧାଳୁ ମାନଙ୍କୁ ରାମଚରିତ ମାନସ ଉପରେ ପ୍ରବଚନ, ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More