କଟକ ( ସଂଘର୍ଷ ମିଡିଆ ) :ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ୨ଟି ବିରଳ ଅସ୍ତ୍ରୋପଚାର କରାଯାଇଛି। ଛିଣ୍ଡି ପଡିଥିବା ଜଣେ ବ୍ୟକ୍ତିଙ୍କର ପାପୁଲି ଓ ଅନ୍ୟଜଣଙ୍କର କହୁଣୀ ତଳ ହାତକୁ ଅସ୍ତ୍ରୋପଚାର କରାଯାଇ ଯୋଡାଯାଇଛି। ଡାକ୍ତରଙ୍କ ଦୀର୍ଘ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଭୟଙ୍କର ସଫଳତାର ସହ ଅସ୍ତ୍ରୋପଚାର ଶେଷ ହୋଇଥିଲା। ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଦୀର୍ଘବର୍ଷ ପରେ ଏଭଳି ଅସ୍ତ୍ରୋପଚାର ହୋଇଥିବା ବିଭାଗୀୟ ଡାକ୍ତର କହିଛନ୍ତି।