ନାଉଗାଁ( ସଂଘର୍ଷ ମିଡିଆ ) : – ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଙ୍କର ଭବ୍ଯ ମନ୍ଦିର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟା ଠାରେ ଭୂମି ପୂଜନ କରାଯାଇ ମନ୍ଦିର ନିର୍ମାଣର ଅୟାରମ୍ଭ ହୋଇଅଛି। ପ୍ରଭୁ ଶ୍ରୀରାମ ଚନ୍ଦ୍ର ୧୪ ବର୍ଷ କାଳ ଖାଲି ପାଦରେ ବଣ ଜଙ୍ଗଲରେ ବିତରଣ କରିଥିଲେ। ସମାଜର ପ୍ରତେକ ବର୍ଗର ଲୋକଙ୍କ ପାଖରେ ପହଞ୍ଚିଥିଲେ। ବଞ୍ଚିତ, ଉପେକ୍ଷିତ କୁହାଯାଉଥିବା ଲୋକଙ୍କୁ ଆତ୍ମୀୟତାର ସହିତ ସେ କୋଳେଇ ନେଇ ଅପଣାର ବୋଲି ଅନୁଭବ କରାଇ ସମସ୍ତଙ୍କ ସହିତ ମିତ୍ରତା କରିଥିଲେ। ସେହି ପ୍ରାଚୀନ ପରମ୍ପରା ଅନୁସାରେ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଲାଗି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିଲୁରାମ ଜେନା ଓ ଉପେନ୍ଦ୍ର ବିଶ୍ଵାଳ ଙ୍କ ପ୍ରତ୍ୟେହ ତତ୍ତ୍ୱାବଧାନରେ ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗୋଠଦା ମଠର ମଠାଦିଶ ମହନ୍ତ ମହାରାଜ ଶ୍ରୀ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଠାରୁ ଏହି ପବିତ୍ର କାର୍ଯ୍ୟର ଅୟାରମ୍ଭ କରାଯାଇଛି। ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଜରିଆରେ ରାମନାମ ଜପ କରାଯାଇ ପ୍ରତି ଗାଁ ପ୍ରତି ପରିବାରଙ୍କ ପାଖରେ ପହଞ୍ଚି ମନ୍ଦିର ନିର୍ମାଣ କରିବା ଲାଗି ନିଜର ଶକ୍ତି ଅନୁସାରେ ନିଧି ସଂଗ୍ରହ କରାଯିବ । ଏହି କାର୍ଯ୍ୟକ୍ରମ ଆସନ୍ତା ୩୦.୦୧ ୨୦୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଟ୍ରଷ୍ଟ ପକ୍ଷରୁ ନିଲୁରାମ ଜେନା କହିଛନ୍ତି।