ଶ୍ରୀମନ୍ଦିର ରେ ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା

22

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଏହି ପବିତ୍ର ଦିନରେ ମଧ୍ୟ ଶ୍ରୀମନ୍ଦିର ରେ ବଡ଼ ଠାକୁର ଶ୍ରୀବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୁଜ ରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରାକ୍ଷୀ ଲାଗି ହେବ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଗହ୍ମାପୂର୍ଣ୍ଣିମା ଅବସରରେ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ଲାଗି କରାଯିବ । ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ବେନିଭୁଜରେ ସୁନା ଲାଗିଥିବା ପାଟରାକ୍ଷୀ ଓ ଗୁଆରମାଳ ପୁଷ୍ପାଳକ ସେବକମାନେ ଲାଗି କରିବେ । ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଘରେ ରାଖୀ ପ୍ରସ୍ତୁତି ଚାଲିଛି । ଚିତାଲାଗି ଅମାବାସ୍ୟା ପରଠାରୁ ଆରମ୍ଭ ହୋଇଥିବା ପାଟରାଖୀ ପ୍ରସ୍ତୁତି ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗାପାଟ ସୂତା ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ନାଲି, ନେଳି, ବାଇଗଣୀ ଓ ହଳଦିଆ ରଙ୍ଗର ପାଟସୂତାକୁ ନରମ କରାଯାଇ ରାଖୀ ପ୍ରସ୍ତୁତ କରାଯାଇଥାଏ । ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ୪ଟି ରାଖୀ ପ୍ରସ୍ତୁତ କରାଯାଉଛି ।
ସେହିପରି ୫୪ଟି ଗୁଆରେ ଗୋଟିଏ ମାଳ ପ୍ରସ୍ତୁତ କରାଯାଏ । ଏହିମାଳ ପ୍ରସ୍ତୁତ ହୋଇଥାଏ ୪ଟି ରଙ୍ଗରେ । ଶ୍ରୀଜଗନ୍ନାଥଙ୍କୁ ହଳଦିଆ ଓ ନାଲି ଗୁଆରମାଳ ଏବଂ ପ୍ରଭୁ ବଳଭଦ୍ରଙ୍କୁ ନେଳି ଓ ବାଇଗଣୀ ରଙ୍ଗର ଗୁଆରମାଳ ଲାଗି ହୋଇଥାଏ । ରାକ୍ଷୀ ପୂର୍ଣ୍ଣମୀ ଦିନ ପାଳିତ ହେବ ବଳଭଦ୍ରଙ୍କ ଜନ୍ମ । ଗହ୍ମା ପୂର୍ଣ୍ଣମୀ ପୂର୍ବାହ୍ନରେ ଶ୍ରୀମନ୍ଦିରରୁ ଡାକରା ଆସିବା ପରେ ପାଟରା ସେବକ ରାକ୍ଷୀ ଓ ଗୁଆମାଳକୁ ତାଟରେ ଧରି ଶ୍ରୀମନ୍ଦିରକୁ ଯିବେ । ଭୋଗ ମଣ୍ଡପ ଶେଷହେବା ପରେ ୩ବାଡରେ ମଇଲମ କରାଯିବ । ପୂଜାପଣ୍ଡା, ପତି ଓ ମୁଦିରସ୍ତ ୩ବାଡ଼ରେ ସର୍ବାଙ୍ଗ ଲାଗି କରିବେ । ମହାପ୍ରଭୁଙ୍କୁ ନୂଆଲୁଗା ଲାଗି କରାଯିବ । ପୁଷ୍ପାଳକ ସେବକ ଦୁଇଠାକୁରଙ୍କୁ ସୁନା ଲାଗିଥିବା ୪ଟି ପାଟରାକ୍ଷୀ ଓ ଗୁଆର ମାଳ ଲାଗି କରିବେ ।

ପୁରୀ ରୁ କ୍ୟାମେରା ପାର୍ଶନ ରଂଜିତ ପଟଣାୟକଙ୍କ ସହ ଶଙ୍କର ସରକାରଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More