ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥ ଓ ଚଟାଣରେ ଫାଟ

47

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥ ଓ ଚଟାଣରେ ଫାଟ ରହିଛି। ଲେଜର ସ୍କାନିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଦୁଇଦିନ ଧରି ଚାଲିଥିବା ଲେଜର ସ୍କାନିଂ ବୁଧବାର ଶେଷ ହୋଇଛି। ଭିତର ଓ ବାହାର ରତ୍ନଭଣ୍ଡାରର ବାହାର କାନ୍ଥରୁ ସ୍କାନିଂ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ), ଶ୍ରୀମନ୍ଦିର ପ୍ରଶାସନ ଏବଂ ବୈଷୟିକ କୋର କମିଟି ସଭ୍ୟଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନରେ ଲେଜର ସ୍କାନିଂ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଖୁବଶୀଘ୍ର ସ୍କାନିଂ ରିପୋର୍ଟ ଦାଖଲ କରାଯିବ। ସ୍କାନିଂ ରିପୋର୍ଟରୁ ଫାଟ ସମ୍ପର୍କରେ ସୁରାକ ମିଳିଥିବା ଏଏସ୍‍ଆଇର ଜଣେ ଅଧିକାରୀ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More