ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ଅରବିନ୍ଦ ପାଢୀ

34

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ଅରବିନ୍ଦ ପାଢୀ। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବୀର ବିକ୍ରମ ଯାଦବ ଦାୟିତ୍ୱରେ ଥିବାବେଳେ ସେ ଛୁଟିରେ ଥିବାରୁ ଅତିରିକ୍ତ ଦାୟିତ୍ୱ ଭାବେ ଅରବିନ୍ଦ ପାଢୀ ଦାୟିତ୍ୱ ନେଇଛନ୍ତି। ଆସନ୍ତା ଜୁନ 11 ତାରିଖ ଯାଏ ସେ ଦାୟିତ୍ଵ ରେ ରହିବେ ବୋଲି ଜଣାପଡିଛି।ତେବେ ଦାୟିତ୍ଵ ନେବା ପୂର୍ବରୁ ଆଜି ପୂର୍ବାହ୍ନରେ ଅରବିନ୍ଦ ପାଢୀ ପ୍ରଥମେ‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ନେବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଚଳିତବର୍ଷ ରଥଯାତ୍ରା, ନବ ଯୌବନ ଦର୍ଶନ ଗୋଟିଏ ଦିନ ରେ ପଡ଼ୁଥିବା ରୁ ଏହାକୁ କିଭଳି ଶୃଙ୍ଖଳିତ ଭାବେ ଆୟୋଜନ କରିହେବ ସେ ନେଇ ଶ୍ରୀ ମନ୍ଦିର ପ୍ରଶାସନ ଅଧିକାରୀ ଙ୍କ ସହ ସେ ଆଲୋଚୋନା କରିଥଲେ। ୧୯୭୧ ମସିହାରେ ଯେଉଁଭଳି ଭାବେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ରଥଯାତ୍ରା ନୀତିକାନ୍ତି ସମ୍ପାଦନ ହେଇଥିଲା ଚଳିତ ବର୍ଷ କିଭଳି ନୀତିକାନ୍ତି ସମ୍ପନ୍ନ ହେବ ସେ ସମ୍ପର୍କରେ ତଥ୍ୟ ଦେବା ଉପରେ ଅଧିକାରୀଙ୍କ ସହ ଅରବିନ୍ଦ ପାଢୀ ଆଲୋଚନା କରିଥିଲେ। ପରେ ରଥନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ସେନେଇ ମଧ୍ୟ ପଚାରି ବୁଝିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More