ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବିଭିନ୍ନ ସେବାୟତ ନିଯୋଗ ମଧ୍ୟରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକ ଅନୁଷ୍ଠିତ

9

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : କୋଭିଡ ପରିସ୍ଥିତି ରେ ଭକ୍ତ ଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ଉଚିତ କି ନାହିଁ ସେ ନେଇ ବିଭିନ୍ନ ସେବାୟତ ନିଯୋଗ ଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନ ର ତୃତୀୟ ଦିବସ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଭରଚୁଆଲ ମିଟିଂ ମାଧ୍ୟମ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ 1 ଟା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ୬ ଟି ନିଯୋଗର କର୍ମକର୍ତା ଙ୍କ ସହ ଆଲୋଚନା କରିଥିଲେ। ସୁଆର ବଡୁ , ପତ୍ରି ବଡୁ , ହଡ଼ପ ନାୟକ , ମେକାପ , ଦତ୍ତ ମହାପାତ୍ର , ବିଡୁଆ , ପନ୍ତି ବଡୁ, ବେହେରା ଏବଂ ପଧାନୀ ନିଯୋଗ ର କର୍ମକର୍ତା ଙ୍କ ସହ ଏହି ଆଲୋଚନା ହୋଇଥିଲା। ସେହିପରି ଶ୍ରୀମନ୍ଦିର ପରିଚଳନା କମିଟି ର ସଦସ୍ୟ ମାନେ ମଧ୍ୟ ଏହି ଆଲୋଚନା ରେ ଭାଗ ନେଇ ଥିଲେ। ଅସନ୍ତା ୧୬ ତାରିଖ ଯାଏ ଏହି ଆଲୋଚନା ବିଚାର ବିମର୍ଶ ବିଭିନ୍ନ ନିଯୋଗ ସହ ଚାଲୁ ରହିବ। ସମସ୍ତ ନିଯୋଗ ର ମତାମତ ନିଆଗଲା ପରେ ଶ୍ରୀମନ୍ଦିର ପରିଚଳନା କମିଟି ବୈଠକରେ ଏହି ମତାମତ ଆଲୋଚନା ହୋଇ ଶ୍ରୀମନ୍ଦିର ଭକ୍ତ ଙ୍କ ପାଇଁ କୋଭିଡ ପରିସ୍ଥିତି ରେ ଖୋଲିବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ପୂର୍ବରୁ ବିଭିନ୍ନ ନିଯୋଗ ପକ୍ଷରୁ କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ କୁ ମତାମତ ଦିଆଯାଇଛି । ବର୍ତ୍ତମାନ ଶ୍ରୀମନ୍ଦିର 5 ଶହ ରୁ ଅଧିକ ସେବାୟତ ଓ କର୍ମଚାରୀ କୋଭିଡ ରେ ଅକ୍ରାନ୍ତ ହୋଇ ସାରିଥିବା ବେଳେ ୧୫ ରୁ ଅଧିକ ସେବାୟତଙ୍କ ମୃତ୍ୟ ମଧ୍ୟ ହୋଇଛି। ଏଣୁ କାର୍ତିକ ମାସରେ ଭକ୍ତ ଙ୍କ ପାଇଁ ଶ୍ରୀମନ୍ଦିରକୁ ଖୋଲିଲେ ସେବାୟତଙ୍କ ଭିତରେ କୋଭିଡ ସଂକ୍ରମଣ ବଢିବାର ଅସଙ୍କା ରହିଛି। ଫଳରେ ମହାପ୍ରଭୁଙ୍କ ନୀତି କାନ୍ତି , ସେବା ପୂଜା ରେ ବ୍ୟଘାତ ଅସଙ୍କା ରହିଛି ବୋଲି ସେବାୟତ କହିଛନ୍ତି।

ପୁରୀ ରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More