ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ଅଧ୍ୟକ୍ଷ ତଥା ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ(ସଂଘର୍ଷ ମିଡିଆ) :- ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ଅଧ୍ୟକ୍ଷ ତଥା ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଜେଣ୍ଡା ରଖିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏଏସଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବାରୁ ଯାଞ୍ଚ ପାଇଁ ଚିଠି ଲେଖି ସାରିଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ପାଇଁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ଦିନକୁ ଦିନ ରତ୍ନ ଭଣ୍ଡାର ସ୍ଥିତି ଖରାପ ହେଉଥିବା ବେଳେ ଏହାର ଯାଞ୍ଜର ଆବଶ୍ୟକତା ରହିଚି। ଏ ଏସ ଆଇ ଏହାକୁ ଜାଞ୍ଜ ପାଇଁ ଚିଠି ଲେଖି ସାରିଛି। ଏଣୁ ଏହି ପ୍ରସଙ୍ଗ ଆଲୋଚୋନା କରାଯାଇ ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ଙ୍କୁ ଶ୍ରୀ ମନ୍ଦିର ପରିଚାଳନା କମିଟି ପ୍ରସ୍ତାବ ଦେବା ଉଚିତ୍। ନ ହେଲେ ଭକ୍ତ ମାନେ ଶ୍ରୀ ମନ୍ଦିର ପରିଚାଳନା କମିଟି ଉପରେ ଅସନ୍ତୋଷ ପ୍ରକାଶ କରିବେ। ସେହିପରି ପୁରୀ ବାସୀଙ୍କ ପାଇଁ ତୁରନ୍ତ ଶ୍ରୀମନ୍ଦିରର ସବୁ ଦ୍ଵାର ଖୋଲିବା ନେଇ ଦାବୀ କରିଛନ୍ତି ସୁଦର୍ଶନ। ପୁରୀ ସହର ବାସି କେବଳ ସିଂହ ଦ୍ଵାର ଦେଇ ପ୍ରବେଶ ନିୟମ ଥିବାରୁ ବେଶ୍ କଲବଲ ହେଉଛନ୍ତି। ମହାପ୍ରସାଦ ଆଣିବା ହେଉକି , ବ୍ରତ ଘର, ବାହାଘର ରେ ନିମନ୍ତ୍ରଣ ପତ୍ର ଦେବା ରେ ଲାଇନ୍ ରେ ଘଂଟା ଘଂଟା ଠିଆ ହେଇ ରହୁଛନ୍ତି। ବୟସ୍କ ବ୍ୟକ୍ତି ମାନେ ବେଶୀ କଷ୍ଟ ଭୋଗୁଛନ୍ତି। ଏଣୁ ପୁରୀ ସହର ବାସୀ ଙ୍କ ପାଇଁ ଶ୍ରୀ ମନ୍ଦିର ସବୁ ଦ୍ଵାର ଖୋଲିବାକୁ ସୁଦର୍ଶନ ପ୍ରଶାସନକୁ ଅନୁରୋଧ କରିଛନ୍ତି।ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ଅଧ୍ୟକ୍ଷ ତଥା ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ଅଧ୍ୟକ୍ଷ ତଥା ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଜେଣ୍ଡା ରଖିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏଏସଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବାରୁ ଯାଞ୍ଚ ପାଇଁ ଚିଠି ଲେଖି ସାରିଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ପାଇଁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ଦିନକୁ ଦିନ ରତ୍ନ ଭଣ୍ଡାର ସ୍ଥିତି ଖରାପ ହେଉଥିବା ବେଳେ ଏହାର ଯାଞ୍ଜର ଆବଶ୍ୟକତା ରହିଚି। ଏ ଏସ ଆଇ ଏହାକୁ ଜାଞ୍ଜ ପାଇଁ ଚିଠି ଲେଖି ସାରିଛି। ଏଣୁ ଏହି ପ୍ରସଙ୍ଗ ଆଲୋଚୋନା କରାଯାଇ ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ଶ୍ରୀ ମନ୍ଦିର ପରିଚାଳନା କମିଟି ପ୍ରସ୍ତାବ ଦେବା ଉଚିତ୍। ନ ହେଲେ ଭକ୍ତ ମାନେ ଶ୍ରୀ ମନ୍ଦିର ପରିଚାଳନା କମିଟି ଉପରେ ଅସନ୍ତୋଷ ପ୍ରକାଶ କରିବେ। ସେହିପରି ପୁରୀ ବାସୀଙ୍କ ପାଇଁ ତୁରନ୍ତ ଶ୍ରୀମନ୍ଦିରର ସବୁ ଦ୍ଵାର ଖୋଲିବା ନେଇ ଦାବୀ କରିଛନ୍ତି ସୁଦର୍ଶନ। ପୁରୀ ସହର ବାସି କେବଳ ସିଂହ ଦ୍ଵାର ଦେଇ ପ୍ରବେଶ ନିୟମ ଥିବାରୁ ବେଶ୍ କଲବଲ ହେଉଛନ୍ତି। ମହାପ୍ରସାଦ ଆଣିବା ହେଉକି , ବ୍ରତ ଘର, ବାହାଘର ରେ ନିମନ୍ତ୍ରଣ ପତ୍ର ଦେବା ରେ ଲାଇନରେ ଘଂଟା ଘଂଟା ଠିଆ ହେଇ ରହୁଛନ୍ତି। ବୟସ୍କ ବ୍ୟକ୍ତି ମାନେ ବେଶୀ କଷ୍ଟ ଭୋଗୁଛନ୍ତି। ଏଣୁ ପୁରୀ ସହରବାସୀଙ୍କ ପାଇଁ ଶ୍ରୀ ମନ୍ଦିର ସବୁ ଦ୍ଵାର ଖୋଲିବାକୁ ସୁଦର୍ଶନ ପ୍ରଶାସନକୁ ଅନୁରୋଧ କରିଛନ୍ତି।