ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଆଗାମୀ ଜାନୁଆରୀ ୧୭ ତାରିଖରେ ହେବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଚୁଡାନ୍ତ ନିଷ୍ପତ୍ତି

38

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଆଗାମୀ ଜାନୁଆରୀ ୧୭ ତାରିଖରେ ହେବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନେଇଛି ଚୁଡାନ୍ତ ନିଷ୍ପତ୍ତି। ଚାରିଦ୍ବାରରେ ବେଦ ପାରାୟଣ ସହ ଯଜ୍ଞ, ସଂକୀର୍ତ୍ତନ ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରାଯିବ। ସେହିପରି କାର୍ତ୍ତିକ ମାସ ମଧ୍ୟରେ ରତ୍ନଭଣ୍ଡାର ର ଲେଜର ସ୍କାନି କରିବା ପାଇଁ ଏଏସାଆଇ କୁ ଅନୁମତି ଦେଇଛି ପରିଚାଳନା କମିଟି। ମହାପ୍ରଭୁଙ୍କ ରତ୍ନପଲଙ୍କ, ରାହୁରେଖା ଇତ୍ୟାଦି ଅଳଙ୍କାରରେ କ୍ଷତ ସୃଷ୍ଟି ହୋଇଥିବାରୁ ଏହାର ମଧ୍ୟ ମରାମତି କରାଯିବ। ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ପ୍ରତିଷ୍ଠା ଉତ୍ସବ। ତିନିଦିନ ବ୍ୟାପୀ ବେଦପାଠ, ଯଜ୍ଞ, ସଂକୀର୍ତ୍ତନ ଇତ୍ୟାଦି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ପାଇଁ ପରିଚାଳନା କମିଟି ସ୍ବତନ୍ତ୍ର ବ୍ୟବସ୍ଥା କରିବ। ଏହି ଅବସରରେ ଅତିଥି ମାନଙ୍କୁ ଏହି ସମାରୋହ ପାଇଁ ଆମନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶାର ପୁରପଲ୍ଲୀରେ ସେହିଦିନ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ପରିଚାଳନା କମିଟି ପରାମର୍ଶ ଦେଇଛି। ଲୋକାର୍ପଣ କାର୍ଯ୍ୟ ପୂର୍ବରୁ ଓବିସିସି ଓ ଟାଟା ପ୍ରୋଜେକ୍ଟର ଅଧିକାରୀ ମାନଙ୍କୁ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ କମାଇବା ପାଇଁ ଜଗନ୍ନାଥ ବଲ୍ଲଭ ମଠରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି। ରତ୍ନଭଣ୍ଡାରର ସ୍ଥିତି ପରଖିବା ପାଇଁ ଏହାର ଲେଜର ସ୍କାନି କରାଯିବ। ଆବଶ୍ୟକ ହେଲେ ଚଳିତ କାର୍ତ୍ତିକ ମାସ ମଧ୍ୟରେ ଲେଜର ସ୍କାନି ପାଇଁ ଏଏସାଆଇ କୁ କୁହାଯାଇଛି। ଏଏସାଆଇ ଙ୍କ ରିପୋର୍ଟ ପାଇବା ପରେ ରତ୍ନଭଣ୍ଡାର ମରାମତି ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ। ମହାପ୍ରଭୁଙ୍କର ରତ୍ନପଲଙ୍କ, ରାହୁରେଖା ଓ କ୍ଷତ ସୃଷ୍ଟି ହୋଇଥିବା ଅନ୍ୟ ଅଳଙ୍କାର ଗୁଡ଼ିକର ମରାମତି କରିବା ପାଇଁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି। ସେହିପରି ସେବାୟତ ଆବାସ ଯୋଜାନା ଓ ପ୍ରତିଷ୍ଠା ହେବାକୁ ଥିବା ଆଦର୍ଶ ଗୁରୁକୂଳକୁ ନେଇ ଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ। ସେବାୟତମାନଙ୍କୁ ବିବାହ, ବ୍ରତ ଓ ସୁଦ୍ଧି କ୍ରିୟା ସମୟରେ ମିଳୁଥିବା ଆର୍ଥିକ ସହାୟତାକୁ ବୃଦ୍ଧି କରାଯାଇଥିବା ବେଳେ ଶ୍ରୀମନ୍ଦିର କର୍ମଚାରୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ବର୍ଦ୍ଧିତ ରାଶି ଘୋଷଣା କରାଯାଇଛି। ସେହିପରି ବାଉଳି ମଠର ଉନ୍ନତିକରଣ ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଦେବତ୍ତୋର ବିଭାଗର ସହାୟତା ନିଆଯିବ।ଆଜି ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଅତିରିକ୍ତ ଏସପି, ଓବିସିସି ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏବେ କାର୍ତ୍ତିକ ମାସ ଚାଲିଥିବା ବେଳେ ଆଗକୁ ପଞ୍ଚୁକ ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ପରିଚାଳନା କମିଟି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More