ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠର ଜମିରେ ନିର୍ମାଣ ହେବ ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର

124

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠର ଜମିରେ ନିର୍ମାଣ ହେବ ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର। ସେହିପରି ପୁରାତନ ରଘୁନନ୍ଦନ ପାଠାଗାରକୁ ମଧ୍ୟ ପୁନଃ ନିର୍ମାଣ କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏମାର ମଠ ନିକଟରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମେ ବେସ୍ ମେଣ୍ଟ ପ୍ରସ୍ତୁତ କରାଯାଇ ଫାଉଣ୍ଡେସନ ପକାଯିବା ପରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର ନିର୍ମାଣ ହେବ। ସେପଟେ ଓବିସିସି ପକ୍ଷରୁ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ। ଏମାର ମଠର ଚାରିପଟେ ହୋଇଥିବା ଜିପିଆରଏସ୍ ସର୍ଭେ ରିପୋର୍ଟ ସାର୍ବଜନୀନ କରାଯାଇନଥିବା ବଳେ ପୁଣି ଖନନ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ଆପତ୍ତି ଉଠିଛି। ଏମାର ମଠ ଏକ ଐତିହ୍ୟ ସମ୍ପନ୍ନ ମଠ ହୋଇଥିବା ବେଳେ ଏହି ମଠରେ ଅନେକ ଗୁପ୍ତ କୀର୍ତ୍ତିରାଜି ଓ ଗୁପ୍ତ ଧନ ମାଟି ତଳେ ଥିବା କୁହାଯାଉଛି। ପୂର୍ବରୁ ଏମାର ମଠରୁ ମୂଲ୍ୟବାନ ରୂପା ଇଟା ମିଳିଥିଲା। ପରିକ୍ରମା ପ୍ରକଳ୍ପ ଖନନ ବେଳେ ମାଟିତଳୁ ସିଂହ ମୂର୍ତ୍ତି ମଧ୍ୟ ମିଳିଥିଲା। ଏଣୁ ଏମାର ମଠର ମାଟି ତଳେ କ’ଣ ଐତିହ୍ୟ କୀର୍ତ୍ତିରାଜି ରହିଛି ସେନେଇ ଓବିସିସି ପକ୍ଷରୁ ହୋଇଥିବା ଜିପିଆରଏସ୍ ସର୍ଭେ ରିପୋର୍ଟ ସାର୍ବଜନୀନ କରିବା ପାଇଁ ଦାବି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏମାର ମଠର କେବଳ ମନ୍ଦିର ଏବଂ ପୂଜା ସ୍ଥଳୀ କୁ ଛାଡ଼ି ମଠର ର ଅନ୍ୟ ଗୃହ ଗୁଡ଼ିକୁ କୁ ସମ୍ପୂର୍ଣ୍ଣ ଭାବେ ଉଛେଦ କରାଯାଇଥିଲା। ଉଛେଦ ସମୟରେ ୨୦୨୧ ମସିହାରେ ମଧ୍ୟ ରୂପା ଇଟା ଏମାର ମଠରୁ ଉଦ୍ଧାର କରାଯାଇଥିଲା। ତେବେ ଏହା ପୂର୍ବରୁ ମଧ୍ୟ ୫୨୨ ଖଣ୍ଡ ରୂପା ଇଟା ଏମାର ମଠରୁ ପ୍ରଶାସନ ଜବତ କରିଥିଲା। ଏଣୁ ଏମାର ମଠ ତଳେ ଅନେକ ଗୁପ୍ତ ଧନ ଥିବା ବିଶ୍ବାସ କରାଯାଉଥିବା ବେଳେ ଏହାକୁ ଠାବ କରି ଉଦ୍ଧାର ପାଇଁ ଦାବି ହୋଇ ଆସୁଛି। ଏମାର ମଠ ଉଛେଦ ପରେ ମାଟି ତଳେ ଗୁପ୍ତ ଧନ ଏବଂ ଐତିହ୍ୟ କୀର୍ତ୍ତିରାଜି ଅଛି କି ନାହିଁ ତାହା ଜାଣିବା ପାଇଁ ଓବିସିସି ୨୦୨୨ ମେ ମାସରେ ଗାନ୍ଧୀନଗର ଆଇଆଇଟି ସାହାଯ୍ୟରେ ମାଟିତଳ ର ତଥ୍ୟ ପାଇଁ ଓବିସିସି ଜିପିଆରଏସ୍ ସର୍ଭେ କରିଥିଲା। ଏଥିପାଇଁ ୪୦ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲା। ତେବେ ଏହି ରିପୋର୍ଟ ସାର୍ବଜନୀନ ହୋଇନଥିବା ବେଳେ ଓବିସିସି ଏମାର ମଠ ଜମି ଖନନ କରିବାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏନେଇ ଅନେକ କୀର୍ତ୍ତିରାଜି ଓ ଗୁପ୍ତ ଧନ ମାଟି ତଳେ ରହିଥିବା ଆଶଙ୍କା କରାଯାଉଛି। ସେପଟେ ଜିପିଆରଏସ୍ ସର୍ଭେ ରିପୋର୍ଟରୁ ସେଭଳି କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିନଥିବାରୁ ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର ପାଇଁ ଖନନ କରାଯାଉଥିବା ଓବିସିସି ଅଧିକାରୀ ସ୍ପଷ୍ଟ କରିଛନ୍ତି। ଏମାର ମଠ ଜମିରେ ହୋଇଥିବା ଜିପିଆରଏସ୍ ସର୍ଭେ ରିପୋର୍ଟ ସାର୍ବଜନୀନ ନହେବା ନେଇ ବିଭିନ୍ନ ମହଲରେ ବିବାଦ ଦେଖାଦେଇଥିବା ବେଳେ ଏହାକୁ ଅଣଦେଖା କରି ଏମାର ମଠ ଜମିରେ ଖନନ କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଓବିସିସି ଜିପିଆରଏସ୍ ସର୍ଭେ ରିପୋର୍ଟ ନେଇ ସ୍ପଷ୍ଟୀକରଣ ଦେବାକୁ ସାଧାରଣରେ ଦାବୀ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More