ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟର ଅନୁଧ୍ୟାନ କରିଛନ୍ତି ଏଏସଆଇ ସୁପରିଟେଣ୍ଡଣ୍ଟ ଡି.ବି. ଗଡ଼ନାୟକ

111

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟର ଅନୁଧ୍ୟାନ କରିଛନ୍ତି ଏଏସଆଇ ସୁପରିଟେଣ୍ଡଣ୍ଟ ଡି.ବି. ଗଡ଼ନାୟକ। ତେବେ ଏଏସଆଇ ସୁପରିଟେଣ୍ଡଣ୍ଟ ଙ୍କ ସୂଚନା ଅନୁଯାୟୀ ନାଟମଣ୍ଡପ ବିମ୍ ର ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଛି। କେବଳ ପ୍ଲାଷ୍ଟରି କାର୍ଯ୍ୟ ବାକି ରହିଛି। ଆଗାମୀ ରଥଯାତ୍ରା ସମୟରେ ଏହାକୁ ଶେଷ କରାଯିବ। ନାଟମଣ୍ଡପ ବିମ୍ ମରାମତି ହେବା ପରେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଏଏସାଆଇ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନଙ୍କ ଚଳପ୍ରଚଳରେ ମଧ୍ୟ କୋୖଣସି ବିପଦ ନାହିଁ। ନାଟମଣ୍ଡପ ବିମ୍ ରେ ଫାଟ ହେବା ପରେ ଏହାର ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ତୁରନ୍ତ ନାଟମଣ୍ଡପର ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ। ଗତ କାର୍ତ୍ତିକ ମାସରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଗହଳି ଯୋଗୁ କାର୍ଯ୍ୟରେ ବିଳମ୍ବ ହୋଇଥିଲା। କାର୍ତ୍ତିକ ମାସ ପରେ ଛତିଶା ନିଯୋଗ ସହ ବୈଠକ କରାଯାଇ ଗତ ଫେବୃଆରୀ ଶେଷ ସପ୍ତାହରେ ନାଟମଣ୍ଡପର ମରାମତି କାର୍ଯ୍ୟକୁ ଜୋରଦାର କରାଯାଇଥିଲା। କାର୍ଯ୍ୟ ପାଇଁ ଲୁହାର ଭାରା ସ୍ଥାପନ କରାଯାଇ ମରାମତି କାର୍ଯ୍ୟ ହୋଇଥିଲା। ଅପରାହ୍ନ ୧ଟା ରୁ ସନ୍ଧ୍ୟା ୭ଟା ମଧ୍ୟରେ ଏହି ମରାମତି କାର୍ଯ୍ୟ କରାଯାଉଥିଲା। ତେବେ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More