ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିର ଭକ୍ତ ଙ୍କ ପାଇଁ ଖୋଲିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ବଢ଼ିବାରେ ଲାଗିଛି। ଏହି କ୍ରମ ରେ ବିଶ୍ୱ ମାନବାଧିକାର ସଂଗଠନ ର ପୁରୀ ଶାଖା ପକ୍ଷରୁ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ଦାବି ରେ ଧରଣା ଦିଆଯାଇଛି। ଶ୍ରୀମନ୍ଦିର ସିଂହ ଦ୍ୱାର ଆଗରେ ଏହି ଧରଣା ଦିଆଯାଇଥିଲା । ସଂଗଠନ କହିଛି ପୁରୀ ଜିଲ୍ଲା ର ଅର୍ଥନୀତି ଶ୍ରୀମନ୍ଦିର ଉପରେ ନିର୍ଭରଶୀଳ। ପର୍ଯ୍ୟଟକ ଆସିଲେ ଲୋକ ଙ୍କ ରୋଜଗାର ହୋଇ ଥାଏ ଓ ସେଥି ରୁ ପରିବାର ପ୍ରତିପୋଷଣ ହୋଇ ଥାଏ। କିନ୍ତୁ ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିର କୁ ଭକ୍ତ ଙ୍କ ପ୍ରବେଶ ବନ୍ଦ ଫଳରେ ହଜାର ହଜାର ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହୋଇଛନ୍ତି। ଯେତେବେଳେ କି କୋଭିଡ ଗାଇଡ଼ ଲାଇନ କୁ ପାଳନ କରି ସାରା ବିଶ୍ୱରେ ସବୁକିଛି ଖୋଲି ସାରିଲାଣି ଶ୍ରୀମନ୍ଦିର କୁ ସରକାର କାହିଁକି ଭକ୍ତ ଙ୍କ ପାଇଁ ବନ୍ଦ କରାଯାଇଛି ସେ ବିଶ୍ୱ ମାନବାଧିକାର ସଂଗଠନ ପୁରୀ ଶାଖା ପ୍ରଶ୍ନ କରିଛି।ଗତ ମାର୍ଚ୍ଚ 20 ରୁ ଶ୍ରୀମନ୍ଦିର ବନ୍ଦ ରହିଥିବା ହେତୁ ପୁରୀ ର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏଣୁ ତୁରନ୍ତ ସରକାର ଅନ ଲାଇନ ମାଧ୍ୟମରେ ଭକ୍ତ ଙ୍କ ପାଇଁ ଦର୍ଶନ ନେଇ ବୁକିଂ ବ୍ୟବସ୍ଥା କରି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା କରିବାକୁ ବିଶ୍ୱ ମାନବାଧିକାର ସଂଗଠନ ପୁରୀ ଶାଖା ପକ୍ଷରୁ ଦାବି କରାଯାଇଛି।