ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିର ଖୋଲିବା ଦାବୀ ନେଇ ସିଂହଦ୍ଵାର ସମ୍ମୁଖରେ ଧାରଣାରେ ବସିଲେ ପୂର୍ବତନ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମୟରେ ଯଦି ଅନେକ ଲୋକ ସେଠାରେ ସାମିଲ ହେଲେ ତେବେ ଶ୍ରୀମନ୍ଦିର ଖୋଲିଲେ ଅସୁବିଧା କଣ ବୋଲି ଦାମଦୋର ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାରୋଟି ପର୍ଯ୍ୟାୟରେ ଦିଆଯାଇଥିବା ୫୦୦୦ ଟଙ୍କା ପରିବାର ଚଳିବା ପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ତେବେ ଶ୍ରୀମନ୍ଦିର ଚାରି ଦ୍ବାରରେ ଡାକ୍ତର ନିୟୋଜିତ କରି ପର୍ଯ୍ୟାୟ କ୍ରମେ ୫୦ ଜଣ ଲେଖାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିବାକୁ ଉଚିତ ବୋଲି ସେ କହିଛନ୍ତି। ଅନ୍ୟପଟେ କରୋନା ମହାମାରୀ ଯୋଗୁଁ ଦୀର୍ଘ 8 ମାସ ହେବ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି। ସେହିପରି ଭକ୍ତ ଙ୍କ ବିନା ସେବାୟତ ମାନେ ବିନା ରୋଜଗାରରେ ଘର ଚଳାଇବା କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଣୁ ତୁରନ୍ତ ଶ୍ରୀମନ୍ଦିର ଭକ୍ତ ଙ୍କ ପାଇଁ ଖୋଲି ବାକୁ ସେ ଦାବି କରିଛନ୍ତି ।