ଶ୍ରୀମନ୍ଦିର ଐତିହ୍ୟକୁ ସୁରକ୍ଷା ଦାବି କରି ଭଦ୍ରକ ଶ୍ରୀ ଜଗନ୍ନାଥ ସୁରକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ
ଭଦ୍ରକ (ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭଦ୍ରକର ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ସମେତ ବହୁ ହିନ୍ଦୁ ସଂଗଠନ ପକ୍ଷରୁ ଆଜି ଶ୍ରୀମନ୍ଦିରକୁ ସୁରକ୍ଷା ଦାବି କରି ସ୍ଥାନୀୟ ଭଦ୍ରକ ବାଇପାସ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖର ପହଞ୍ଚିଥିଲେ । ଶ୍ରୀମନ୍ଦିରକୁ ସୁରକ୍ଷା ଦିଆଯାଉ ବୋଲି ନାରାବାଜି କରିଥିଲେ. ଓଡିଶାର ରାଜ୍ୟ ସରକାର ଚଞ୍ଚକତା କରି ମନ୍ଦିରର ୧୦୦ ମିଟର ମଧ୍ୟରେ ବଡ଼ବଡ଼ ଗାତ ଖୋଳିବାକୁ ବିରୋଧ କରିଥିଲେ । ଏହି ଗାତ କରି ସେଠାରେ ଏଟିଏମ ଓ ଶୌଚାଳୟ ବନାଇବା ଠିକ ନୁହେଁ ବୋଲି କହିଥିଲେ. ସେହି ଗାତ ହେବା ଫଳରେ ମନ୍ଦିର ଉପରେ ପ୍ରଭାବ ପଡିବ ବୋଲି ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତା ମାନେ କହିଥିଲେ । ତେଣୁ ରାଜ୍ୟ ସରକାର ତୁରନ୍ତ ସେହି କାର୍ଯ୍ୟକୁ ବନ୍ଦ କରନ୍ତୁ, ନହେଲେ ଓଡିଶାରେ ସାଢେ ଚାରି କୋଟି ଜଗନ୍ନାଥ ପ୍ରେମୀ ମାନେ ତାର ଜବାବ ଦେବେ. ଯଦି ରାଜ୍ୟ ସରକାର ଶ୍ରୀମନ୍ଦିର ପାର୍ଶ୍ୱରେ ଚାଲିଥିବା କାର୍ଯ୍ୟକୁ ବନ୍ଦ ନକରନ୍ତି ତାହା ହେଲେ ଆଗାମୀ ଦିନରେ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭଦ୍ରକ ଜିଲ୍ଲାର ବହୁ ହିନ୍ଦୁ ସମିତି । ଯାହାକୁ ନେଇ ଆଜି ବିଶ୍ୱହିନ୍ଦୁ ପରିଷଦ ସମେତ ବହୁ ହିନ୍ଦୁ ସମିତି ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।