ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡ଼ିଓ ଉତ୍ତୋଳନ ଓ ଭାଇରାଲ କରିବା ଘଟଣା, ନିଜ ଭୁଲ ପାଇଁ କ୍ଷମା ମାଗିଲେ ବ୍ଲଗର ଅନିମେସ

19

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ଭିଡ଼ିଓ ଉତୋଳନ କରିଥିବା ବ୍ଲଗର ଅନିମେସ କ୍ଷମା ପ୍ରାର୍ଥନା ମାଗିଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲ ସେ ଏକ ଭିଡ଼ିଓ ପୋଷ୍ଟ କରି ଭିଡ଼ିଓ ମାଧ୍ୟମରେ ଏହି କାମକୁ ନେଇ କ୍ଷମା ପ୍ରାର୍ଥନା ମାଗିଛନ୍ତି। ଶ୍ରୀ ମନ୍ଦିର ଉପରେ no flying zone ନେଇ ତାଂକ dronରେ କୌଣସି ସୁଚନା ଦେଖା ଯାଇ ନଥିଲା। ଏଣୁ ସେ ଭିଡ଼ିଓ ନେଇ ଥିଲେ। ଶ୍ରୀମନ୍ଦିର ଉପରେ ନୋ fly ing zone ବୋଲି ସେ ଅବଗତ ନାହାନ୍ତି। ସେହିପରି ୟୁ ଟ୍ୟୁବ୍ ସମେତ ଅନେକ ସୋସିଆଲ ମିଡ଼ିଆରେ ପୁର୍ବରୁ ଶ୍ରୀମନ୍ଦିରର dron ଭିଡ଼ିଓ ଥିବରୁ ଏ ନେଇ କୌଣସି ଆଇନଗତ ପ୍ରସଙ୍ଗ ନଥିବା ଭାବି ସେ dron ଉଡ଼ାଇ ଥିଲେ। ଗତ ତିନି ମାସ ତଳେ ପୁରୀ ଆସିଥିବା ବେଳେ ସେ ଏହି ଭିଡ଼ିଓ କରିଥିଲେ। ସେହିପରି କୌଣସି ପୋଲିସ କର୍ମଚାରୀ ତାଙ୍କୁ ମଧ୍ଯ ସହାୟତା କରିନାହାନ୍ତି। ତେବେ ଆଉ କେହି dron ଉଡ଼ାଇ ଭିଡ଼ିଓ ଫୁଟେଜ ନନିଅନ୍ତୁ ସେ ନେଇ ଭାବି ସେ ତାଂକ ଭିଡ଼ିଓରେ ପୋଲିସର ଅନୁମତି କଥା ଲେଖିଥିଲେ। ତେବେ ତାଙ୍କ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଆସି ଥିବାରୁ ସେ କ୍ଷମା ପ୍ରାର୍ଥନା ମାଗିଛନ୍ତି। ଓଡ଼ିଶାବାସୀ, ଓଡ଼ିଶା ପୋଲିସ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ କ୍ଷମା ଦେବାକୁ ସେ ତାଂକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି। ସେ ଶ୍ରୀମନ୍ଦିରର ଭିଡ଼ିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରୁ ଡିଲିଟ ମଧ୍ଯ କରି ଦେଇଛନ୍ତି। ସେ କାହାକୁ ବି ଭିଡ଼ିଓ ବିକ୍ରି କରି ନାହାନ୍ତି। ଏଣୁ ତାଙ୍କ ଅଜ୍ଞତାରେ ଏହି ଭୁଲ୍ ହୋଇ ଥିବାରୁ ତାଙ୍କୁ କ୍ଷମା ଦିଆଯାଉ ବୋଲି ନିବେଦନ କରିଛନ୍ତି ବ୍ଲଗର ଅନିମେସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More