ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

17

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆଜି ଅପରାହ୍ନ ୧୨ ଟା ସମୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ପରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ଶ୍ରୀ ମନ୍ଦିର ର ସେବାୟତ ମଧୁସୂଦନ ସିଂହାରୀ କହିଛନ୍ତି, ରତ୍ନସିଂହାସନର ଭିତରକାଠ ନିକଟରେ ଏସ ଜୟଶଙ୍କର ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଳତୀ ମଧ୍ୟ କରିଥିଲେ। କେବଳ ସେତିକି ନୁହେଁ ଶ୍ରୀମନ୍ଦିରର ନୀତି କାନ୍ତି ସହ ମହାପ୍ରଭୁଙ୍କ ପରମ୍ପରା ବିଷୟରେ ସେବାୟତ ଙ୍କ ଠାରୁ ପଚାରି ବୁଝିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଖୁବ ଆନନ୍ଦିତ ହୋଇଥିଲେ। ପରେ ସେ ବିମଳା ଓ ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରି ଫେରିଥିଲେ। ଶ୍ରୀମନ୍ଦିରରୁ ଫେରିବା ବାଟରେ ବାଇଶି ପାହାଚରେ ପୁରୀ ଜିଲ୍ଲାପାଳ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ।‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏସ୍ ଜୟଶଙ୍କର କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ ମିଳିବା ବଡ଼ ସୋଭାଗ୍ୟର ବିଷୟ। ତାଙ୍କରି ଆଶୀର୍ବାଦ ନେଇ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜନ କରିବା ପାଇଁ ଆମର ମୁଖ୍ୟ ଲକ୍ଷ୍ୟ ଥିବା ଏସ୍ ଜୟଶଙ୍କର କହିଥିଲେ। ଓଡ଼ିଶା ସରକାର ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ କାର୍ଯ୍ୟକ୍ରମ ଆହୋଜନ ନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବହୁ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାଦ୍ବାରା ଓଡିଶା ସାରା ବିଶ୍ବରେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ କରିବ। ଏହାଦ୍ବାରା ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୈତିକ କ୍ଷେତ୍ରରେ ବେଶ୍ ଅଭିବୃଦ୍ଧି ଘଟିବ। ସେପଟେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅବସରରେ ପ୍ରବାସୀ ଭାରତୀୟ ଙ୍କୁ ସ୍ବାଗତ କରିବା ପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର, ରଘୁରାଜପୁର, କୋଣାର୍କ ଓ ସାତପଡ଼ା ସହ ବିଭିନ୍ନ ଦର୍ଶନୀୟ ସ୍ଥାନ ପ୍ରବାସୀ ଭାରତୀୟ ମାନେ ଭ୍ରମଣ କରିବାର ବ୍ୟବସ୍ଥା ହୋଇଛି। ପ୍ରବାସୀ ଭାରତୀୟ ମାନେ କିଭଳି ଏକ ଭଲ ଅନୁଭୂତି ନେଇ ଫେରିବେ ଓଡ଼ିଶାର କଳା ସଂସ୍କୃତି ବିଷୟରେ ଅଧିକ ଜାଣି ପାରିବେ ସେ ଦିଗରେ ସମସ୍ତ ବ୍ୟବସ୍ଥା ହୋଇଚି ସେହିପରି ପ୍ରବାସୀ ଭାରତୀୟଙ୍କ ଆଗମନ ପାଇଁ ଶ୍ରୀମନ୍ଦିର ସମେତ ପୁରୀର ବିଭିନ୍ନ ଦର୍ଶନୀୟ ସ୍ଥାନ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More