ଶ୍ରୀମନ୍ଦିର ଆନନ୍ଦବଜାର ଭିତରେ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଲାଗିଥିବା ଟ୍ୟାପ୍ ମାନଙ୍କରୁ ଆସୁଛି ନାଲି ରଙ୍ଗର ଗୋଳିଆ ପାଣି

26

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁଣି ଶ୍ରୀମନ୍ଦିରରେ ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଆନନ୍ଦବଜାର ଭିତରେ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଲାଗିଥିବା ଟ୍ୟାପ୍ ମାନଙ୍କରୁ ନାଲି ରଙ୍ଗର ଗୋଳିଆ ପାଣି ଆସୁଛି। ଯାହାକୁ ଭକ୍ତମାନେ ଦେଖି ଅସନ୍ତୋଷ ପ୍ରକାଶ କରି ସେବାୟତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପରେ ଖୋଦ୍ ଶ୍ରୀମନ୍ଦିର ସେବାୟତ ସୋମନାଥ ଖୁଣ୍ଟିଆ ଓ ଅନ୍ୟଜଣେ ସେବାୟତ ଆନନ୍ଦବଜାର ଭିତରେ ଲାଗିଥିବା ଟ୍ୟାପ୍ ନିକଟକୁ ଯାଇ ଗୋଳିଆ ପାଣିକୁ ଦୁଇଟି ଵୋତଲରେ ସଂଗ୍ରହ କରିଛନ୍ତି। ଦିନକୁଦିନ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କାର୍ତ୍ତିକ ମାସ ଚାଲୁଥିବାରୁ ହଜାରହଜାର ହବିଷ୍ୟାଳି ମା ମାନଙ୍କର ଭିଡ ଦେଖିବାକୁ ମିଳୁଛି। ଅନେକ ଭକ୍ତ ଶ୍ରୀମନ୍ଦିର ଭିତରକୁ ପାଣି ବୋତଲ ନେଇ ପିଉଥିବା ବେଳେ ଅନେକ ଭକ୍ତ ଆନନ୍ଦବଜାର ଭିତରେ ଲାଗିଥିବା ଟ୍ୟାପରୁ ପାଣି ପିଅନ୍ତି। ତେବେ ଏଭଳି ଗୋଳିଆ ପାଣି ପିଇ ଅନେକ ଭକ୍ତ ଅସୁସ୍ଥ ହେବାର ସମ୍ଭାବନା ରହିଛି। ସେପଟେ ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଗୋଳିଆ ପାଣି ଦେଖିବାକୁ ମିଳିଛି ବୋଲି ବରିଷ୍ଠ ସେବାୟତ ମାନେ ଅଭିଯୋଗ କରିଥିବା ବେଳେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହି ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି। କେବଳ ସେତିକି ନୁହେଁ ପୁର୍ବରୁ ପାଣି ଟାଙ୍କି ରେ ମାଙ୍କଡ, ପାରା ଆଦି ମରି ପଡିଥିବା ନଜିର ରହିଛି । ସେହି ପାଣି କୁ ବି ଭକ୍ତ ପିଇଛନ୍ତି। ହେଲେ ପାନୀୟ ଜଳ ଥିବା ଟାଙ୍କୀ କିଭଳି ସୁରକ୍ଷିତ ରହିବ ସେ ନେଇ ଶ୍ରୀ ମନ୍ଦିର ପ୍ରଶାସନ ଧ୍ୟାନ ଦେଉ ନଥିବା ସେବାୟତ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଅନେକ ଅଣ ସେବାୟତ ଆନନ୍ଦ ବଜାର ରେ ନିଶା ସେବନ କରି ଭକ୍ତ ମାନଂକୁ ଦୁର୍ବ୍ୟବହାର କରିବା ସହ ଅନେକ ସମୟ ରେ ମାଡ ମରୁଛନ୍ତି। ହେଲେ ସବୁ ଜାଣି ଶୁଣି ଶ୍ରୀ ମନ୍ଦିର ପ୍ରଶାସନ ଚୁପ୍ ବସିବା କୁ ନେଇ ସେବାୟତ ମହଲ ରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି ଶ୍ରୀ ମନ୍ଦିର ର ଦାୟିତ୍ଵ ନେବା ପାଇଁ ବାପା ମା ନଥିନା କ୍ଷୋଭ ର ସେବାୟତ କହିଛନ୍ତୀ। କାର୍ତ୍ତିକ ମାସ ରେ ହଜାର ହଜାର ଭକ୍ତ ପ୍ରତିଦିନ ଶ୍ରୀ ମନ୍ଦୀର କୁ ଆସୁଥିବା ବେଳେ ଭକ୍ତ ଙ୍କ ପାଇଁ ଆନନ୍ଦ ବଜାର ରେ ବିଶୁଧ ପାନୀୟ ଜଳ ବ୍ୟବସ୍ଥା ସହ କର୍ତ୍ତବ୍ୟ ରେ ଅବହେଳା କରିଥିବା କର୍ମଚାରି ଙ୍କ ପ୍ରତି କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରିଛନ୍ତି ସେବାୟତ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More