ଶ୍ରୀମନ୍ଦିର ଆନନ୍ଦବଜାରରେ ଦିନକୁ ଦିନ ବିଶୃଙ୍ଖଳା ସୀମା ଲଂଘିବାରେ ଲାଗିଛି

8

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଦିନକୁ ଦିନ ବିଶୃଙ୍ଖଳା ସୀମା ଲଂଘିବାରେ ଲାଗିଛି। ବିଗତ କିଛି ମାସ ଭିତରେ ଭକ୍ତଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଆଉ ଏକ ଘଟଣାର ପୁନରାବୃତ୍ତି ଘଟିଛି। କୋରାପୁଟରୁ ଆସିଥିବା ଜଣେ ବୃଦ୍ଧା ଭକ୍ତ ଓ ତାଙ୍କ ପୁଅଙ୍କୁ ଆନନ୍ଦବଜାରରେ ମାଡ଼ ମରାଯାଇଛି। ଖାଇବାପତ୍ରକୁ ଫିଙ୍ଗି ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ଏଭଳି ଘଟଣାକୁ ଭକ୍ତ ମହଲ ତୀବ୍ର ନିନ୍ଦା କରିଛନ୍ତି। ଏଭଳି ବିଶୃଙ୍ଖଳାକାରୀକୁ ଆନନ୍ଦବଜାରରୁ ସବୁଦିନ ପାଇଁ ତଡ଼ିବାକୁ ଦାବି କରିଛନ୍ତି। ସୁଆର ମହାସୁଆର ନିଯୋଗ ବି ଭକ୍ତଙ୍କ ଏହି ସ୍ବରରେ ସ୍ବର ମିଳାଇଛି। ଏଭଳି ବିଶୃଙ୍ଖଳିତ ବ୍ୟକ୍ତି ତଥା ଅଣସୁପକାରମାନଙ୍କୁ ଆନନ୍ଦବଜାରରୁ ତଡ଼ାଯିବା ଦରକାର ବୋଲି ନିଯୋଗ ସଂପାଦକ ନାରାୟଣ ମହାସୁଆର ମତ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More