ଶ୍ରୀମନ୍ଦିରର ସିଂହ ଦ୍ୱାର ସମେତ ସମସ୍ତ ଦ୍ଵାର ଖୋଲିବା ନେଇ ମତ ରଖିଲେ ପ୍ରିୟ ଦର୍ଶନ ପଟ୍ଟନାୟକ, ଆବାହକ, ଶ୍ରୀ ଜଗନ୍ନାଥ ସେନା

25

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରର ସିଂହ ଦ୍ୱାର ସମେତ ସମସ୍ତ ଦ୍ଵାରରେ ଭକ୍ତଙ୍କ ପ୍ରବେଶ ନେଇ ଦାବୀ ବଢୁଥିବା ବେଳେ ଏହାକୁ ତର୍ଜମା କରାଯିବା ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ ହେଇଛି। ପୁରୀ ଉପ ଜିଲ୍ଲାପାଳଙ୍କ ସମେତ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ, କିଛି ବରିଷ୍ଠ ସେବାୟତ ଏହି କମିଟିରେ ସ୍ଥାନ ପାଇଛନ୍ତି। ଏହି କମିଟି ସ୍ଥିତି ଅନୁଧ୍ୟାନ କରି କିଭଳି ଚାରି ଦ୍ଵାରରେ ଶୃଙ୍ଖଳିତ ଦର୍ଶନ ନେଇ ବ୍ୟବସ୍ଥା ହୋଇ ପାରିବ ସେ ନେଇ ରିପୋର୍ଟ୍ ଦେବା ପରେ ଶ୍ରୀ ମନ୍ଦିର ସବୁ ଦ୍ଵାର ଖୋଲାଯିବା ନେଇ ନିଷ୍ପତ୍ତି ହେବ। ତେବେ ଏହି କମିଟି ଗଠନକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି କମିଟି ଗଠନ କରି ଭକ୍ତ ମାନଂକୁ କେବଳ ଭକୁଆ ବନାଇବା ପାଇଁ ହୋଇଥିବା ଶ୍ରୀ ଜଗନ୍ନାଥ ସେନା ଓ ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି। ଏହି କମିଟି ରିପୋର୍ଟ୍ ଆସିବା ଆଳରେ କେବଳ ସମୟ ଗଡ଼ାଇ ପ୍ରସଙ୍ଗକୁ ଏଡ଼ାଇବା ପାଈଁ ପ୍ରଶାସନ ଯୋଜନା କରିଥିବା ଜଗନ୍ନାଥ୍ ପ୍ରେମୀ ଅଭିଯୋଗ କରିଛନ୍ତି। ସେହିପରି ଏହି କମିଟି ଗଠନ ସମ୍ପୂର୍ଣ ବେଆଇନ ବୋଲି ଶ୍ରୀ ଜଗନ୍ନାଥ ସେନା ଅଭିଯୋଗ କରିଚି। ଏହି କମିଟିରେ ଭକ୍ତଙ୍କ ପକ୍ଷରୁ କେହି ପ୍ରତିନିଧି ନ ଥିବା ହେତୁ ଭକ୍ତଙ୍କ ସମସ୍ୟା କିଭଳି କମିଟି ଜାଣିପାରିବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଚନ୍ତି।ସେ ଆହୁରି ଅଭିଯୋଗ କରିଚନ୍ତି ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବାରେ ପ୍ରଶାସନର ଜମା ବି ଆନ୍ତରିକତା ନାହିଁ। ଦ୍ଵାର ନ ଖୋଲିବା ପାଇଁ ସେବାୟତଙ୍କ ମୁଣ୍ଡ ରେ ଅଠା ବୋଳି ପ୍ରଶାସନ ପାର୍ ହେବାକୁ ବସିଥିବା ଜଗନ୍ନାଥ ସେନା ଅଭିଯୋଗ କରିଚି। ଶ୍ରୀ ମନ୍ଦିର ଛତିଶା ନିଯୋଗ କେବଳ ମନ୍ଦିରରେ ଶୃଙ୍ଖଳିତ ନିତି କାନ୍ତି ପାଇଁ ଗଠନ ହୋଇଚି। ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ନିଯୋଗର କୌଣସି ଭୂମିକା ଅବା କାର୍ଯ୍ୟ ନାହିଁ। ଶ୍ରୀ ମନ୍ଦିର ଚାରି ଦ୍ଵାର କୋଭିଡ ମହାମାରୀ ଯୋଗୁ ପ୍ରଶାସନ ବନ୍ଦ କରିଥିଲା।। ସେତେବେଳେ କଣ ପ୍ରଶାସନ ଛତିଶା ନିଯୋଗର ଅନୁମତି ନେଇଥିଲା ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟନାୟକ ପ୍ରଶ୍ନ କରିଚନ୍ତି। କୋଭିଡ ମହାମାରୀ ଶେଷ ହୋଇଥିବା ବେଳେ କଣ ପାଇଁ ଶ୍ରୀ ମନ୍ଦିର ଉତ୍ତର, ଦକ୍ଷିଣ, ପଶ୍ଚିମ ଦ୍ଵାର ବନ୍ଦ ରଖାଯାଇଛି, କଣ ରହସ୍ୟ ରହିଚି ତାହାର ସ୍ପଷ୍ଟୀକରଣ ପ୍ରଶାସନ ଦେବାକୁ ଜଗନ୍ନାଥ ସେନା ଦାବୀ କରିଚି। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ପୂରୀ ଜିଲ୍ଲାପାଳଙ୍କ ଭଳି ଉଚ୍ଚ ଅଧିକାରି ଥିବା ବେଳେ ଶ୍ରୀ ମନ୍ଦିର ସବୁ ଦ୍ଵାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଗଲାନି, କାହିଁକି ଉପ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଏକ ଅନୁଧ୍ୟାନ କମିଟି ଗଠନ ହେଲା ତାହା ନେଇ ଜଗନ୍ନାଥ ସେନା ପ୍ରଶ୍ନ କରିଚି। ଭକ୍ତଙ୍କ ଭାବାବେଗ ସହ ଖେଳ ଆଉ ଚାଲିବ ନାହିଁ, ଲୋକଙ୍କ ଧର୍ମୀୟ ଭାବନାରେ ଅଯଥାରେ ହସ୍ତକ୍ଷେପକୁ ଆଗାମୀ ଦିନ ଦୃଢ଼ ବିରୋଧ କରାଯିବ। ତୁରନ୍ତ ଭକ୍ତଙ୍କ ପାଇଁ ଶ୍ରୀ ମନ୍ଦିର ସମସ୍ତ ଦ୍ଵାର ନ ଖୋଲାଗଲେ ଭକ୍ତ ମାନେ ଆଗାମୀ ଦିନ ରେ ଜୋର୍ ଜବର୍ ଦସ୍ତ ପ୍ରବେଶ କରିବେ, ସେଥିପାଇଁ ସବୁ ପରିସ୍ଥିତିକୁ ଭକ୍ତ ମୁକାବିଲା କରିବେ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଚି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More