ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

24

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଏହି ବେଶ କରାଯାଏ । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ସ୍ଵତନ୍ତ୍ର ବାଳଭୋଗ ନୀତି ଆରମ୍ଭ ହୋଇଛି । ତେବେ ଆସନ୍ତା କୁମାରପୂର୍ଣିମା ପର ଠାରୁ ହବିଷ୍ୟାଳି ମାନେ ସଂକଳ୍ପ କରି କର୍ତିକ ବ୍ରତ ଆରଂଭ କରିବେ।ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ଦ୍ୱାରଫିଟା ନୀତି ସାରିବା ପରେ ଚାଲିଛି ମହାପ୍ରଭୁଙ୍କ ନୀତି । ଅବକାଶ ନୀତି ବଢିବା ପରେ ମହାପ୍ରଭୁଙ୍କ ସ୍ଵତନ୍ତ୍ର ରାଧାଦାମୋଦର ବେଶ ଅନୁଷ୍ଠିତ ହେବାପରେ ଭକ୍ତ ମାନେ ବେଶ ଦର୍ଶନ କରିବାର ସୁଯୋଗ ପାଇ ନିଜକୁ ଧନ୍ୟ ମଣିଛନ୍ତି। ,ସକାଳ ଧୂପ ପରେ ମହାପ୍ରଭୁଙ୍କ ବାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା । କୋରା, ଦୋଭଜା, ଲିଆ, ଅଦା,ଖଇ, ନଡ଼ିଆ, ଖୁଦି,ଚାଉଳିଆ,ସେଓ,କମଳା,କଦଳୀ, କାକୁଡ଼ି,ପଇଡ଼ ଭୋଗ ହୋଇଥାଏ । ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ , ରାଧାକାନ୍ତ ମଠ ତରଫରୁ ସଙ୍କିର୍ତ୍ତନ ହୋଇଥାଏ । ଅବକାଶ ନୀତି ବଢ଼ିବା ପରେ ସକାଳ ଧୂପ ପରେ ହୋଇଥାଏ । ପୁରୀ ରେ ଥିବା ବିଭିନ୍ନ ମଠ ରେ ମହାପ୍ରଭୁଙ୍କ ଏହି ବେଶ ମଧ୍ଯ ଅନୁଷ୍ଠିତ ହୋଇଥାଏ । ତେବ ମହାପ୍ରଭୁ ରାଧାଦାମୋଦର ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ଶ୍ରୀ ଜଗନ୍ନାଥ ବାହାରେ ଓ ଭିତରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More