ଶ୍ରୀମନ୍ଦିରରେ ପଶି ଲୁଟ୍‌ପାଟ୍ କରୁଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୧୨ ସଦସ୍ୟ ଗିରଫ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଶ୍ରୀମନ୍ଦିରରେ ପଶି ସୁନା ଚେନ୍‌, ମନିପର୍ସ ଲୁଟ୍‌ପାଟ୍ କରୁଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୧୨ଜଣ ସଦସ୍ୟଙ୍କୁ ସିଂହଦ୍ୱାର ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ଉତ୍ତରପ୍ରଦେଶ ଗୋରଖପୁରର ରାଜେଶ କୁମାର(୨୮), ବିକାଶ ରାଥୋଡ଼(୩୦), ବିହାରର ରମେଶ ରାୟ(୨୭), ବ୍ୟାସ ମହତ(୩୭), ମୁରାରି କୁମାର ରାୟ(୩୦), ରୂପ ନାରାୟଣ ରାୟ(୩୪), ରିପୁ ରାୟ(୩୪), ଆଲୋକ ରାୟ ନାଟ୍‌(୫୦), ମୁକେଶ ରାୟ(୨୬), ରାଜେଶ ରାୟ(୩୦), ଦିଲ୍ଲୀପ କୁମାର(୨୩), ଚନ୍ଦ୍ରେଶ୍ୱର ପସୱର(୨୨) । ଏମାନଙ୍କ ଠାରୁ ୩ଟି ସୁନାଚେନ୍‌, ନଗଦ ୨୮ହଜାର ଟଙ୍କା, ୧୨ଟି ମୋବାଇଲ ଫୋନ୍ ଜବତ ହୋଇଛି । ଏନେଇ ସିଂହଦ୍ୱାର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏନେଇ ଟାଉନ ଥାନା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି । ଏହି ସମୟରେ ସିଟି ଡିଏସ୍‌ପି କେ.କେ ହରିପ୍ରସାଦ, ଟାଉନ ଥାନା ତଥା ସିଂହଦ୍ୱାର ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ, ସିଂହଦ୍ୱାର ଥାନା ଅତିରିକ୍ତ ଆଇଆଇସି ଶ୍ୱେତପଦ୍ମା ଦାଶ ଉପସ୍ଥିତ ଥିଲେ । ଗତ ୨୨ତାରିଖରେ ଏହି ଲୁଟେରା ଗ୍ୟାଙ୍ଗ ପୁରୀ ଆସିଥିଲେ । ଟାଉନ ଥାନା ଅନ୍ତର୍ଗତ ବାଲିସାହି ଗଛକାଳୀ ଲେନ୍‌ରେ ଥିବା ଚନ୍ଦ୍ରକାନ୍ତ ଗେଷ୍ଟହାଉସ୍‌ରେ ରହିଥିଲେ । ୨୩ତାରିଖରେ ଏମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଏକାଧିକ ଲୋକଙ୍କ ମନିପର୍ସ, ସୁନାଚେନ୍ ଲୁଟ୍ କରିଥିଲେ । ଏନେଇ ସିଂହଦ୍ୱାର ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ତଦନ୍ତ କରି ସମସ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More