ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ

8

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବନକଲାଗି ନୀତିପରେ ନବଯୌବନ ପ୍ରାପ୍ତି ହୋଇଛନ୍ତି ଶ୍ରୀଜୀଉ ।ଆଜି ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ ।ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଅସୁସ୍ଥ ଶ୍ରୀଜୀଉ ଦୀର୍ଘ ୧୫ ଦିନ ପରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ ।ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ରହିଛି ବିଶ୍ୱାସ।ପ୍ରାୟ 3ଘଣ୍ଟାର ଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ ।ପରିମାଣିକ ଟିକେଟ କିଣିଥିବା ଶ୍ରଦ୍ଧାଳୁମାନେ ଦକ୍ଷିଣ ଦ୍ୱାର ଦେଇ ସକାଳ 8 ଟା ଠାରୁ 9 ଟା ପର୍ଯ୍ୟନ୍ତ ନବଯୌବନ ଦର୍ଶନ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନର ସୂଚନା ରହିଥିବା ବେଳେ 9 ଟା ଠାରୁ 11 ଟା ହେବ ସାହାଣ ମେଲା ଦର୍ଶନ ।ଆସନ୍ତାକାଲି ରଥାରୂଢ ହୋଇ ନବଦିନାତ୍ମକ ଯାତ୍ରା ରେ ଯିବେ ଶ୍ରୀବିଗ୍ରହ । ସେପଟେ ଆଜ୍ଞାମାଳ ପରେ ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ। ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେବେ। ତିନି ରଥକୁ ଉତ୍ତରମୁହାଁ କରି ରଖାଯିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତିନି ରଥରେ ଠାକୁରକୁ ବିଜେ କରି ରଥଟଣା ଆରମ୍ଭ ହେବ । ଆଜି ନବ ଯୌବନ ଦର୍ଶନ ରେ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ପାଇଁ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ବିଜେ ପୁରୀ ଏସପି ଦର୍ଶନ କିଭଳି ରହିଚି ଅନୁଧ୍ୟାନ କରୁଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More