ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା, ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା

47

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିବା ବେଳେ ଏବେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ। ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ଆସନ୍ତା ଜାନୁୟାରୀ 1 ତାରିଖରୁ କଡାକଡି ଭାବେ ଲାଗୁ କରାଯିବ। ସେପଟେ ଆସନ୍ତାକାଲି ଠାରୁ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ସଚେତନତା କରିବ। ଜାନୁଆରୀ 1 ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ। ଆସନ୍ତା ଜାନୁୟାରୀ 1 ତାରିଖରୁ ଯୋଉ ଭକ୍ତମାନେ ଶାଳୀନତା ଭାବେ ପୋଷକ ନପିନ୍ଧି ଶ୍ରୀମନ୍ଦିର ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଚନ୍ତି ଧାର୍ମିକ ପିଠର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଚି। ତାହାକୁ ସମସ୍ତେ ମାନିବାକୁ ପଡ଼ିବ। ଅନ୍ୟ ଧର୍ମରେ ବି ଧର୍ମୀୟ ସ୍ଥଳୀକୁ ଯିବା ପାଇଁ କିଭଳି ପୋଷାକ ପରିଧାନ କରିବେ ସେ ନେଇ ନିୟମ ରହିଚି ।ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ପୋଷାକରେ ସାଳିନତା ରଖିଲେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରହିବ। ଆଧୁନିକ ପୋଷାକ ପିନ୍ଧି ସବୁ ଜାଗାକୁ ଲୋକେ ଯାଇପାରିବେ। ହେଲେ ଧର୍ମାନୁଷ୍ଠାନ ରେ ଏହା ଚଳିବ ନାହିଁ । ଆମ ପରମ୍ପରା ଅନୁଯାଇ ଡ୍ରେସ ପିନ୍ଧିବାକୁ ପଡ଼ିବ। 12 ବର୍ଷ ରୁ କମ ବୟସ ପିଲା ହାଫ୍ ପ୍ୟାଣ୍ଟ୍ ପିନ୍ଧି ଶ୍ରୀ ମନ୍ଦିରକୁ ଆସି ପାରିବେ। ହେଲେ 12 ବର୍ଷ ରୁ ଅଧିକ ବୟସ ପିଲା, ପ୍ରାପ୍ତ ବୟସ୍କ ଲୋକ ମାନେ ଫୁଲ ପ୍ୟାଣ୍ଟ ପିନ୍ଧି ଶ୍ରୀ ମନ୍ଦିର କୁ ଆସି ପାରିବେ । ହେଲେ ଆଜି କାଲି ଯେଭଳି ଚିରା ଫଟା ଡିଜାଇନ୍ ର ପ୍ୟାଣ୍ଟ୍ ଆସୁଚି ତାହା ପିନ୍ଧି ମନ୍ଦିର ପ୍ରବେଶ ନେଇ କଟକଣା ରହିବ । ମହିଳା ମାନେ ଶାଢୀ ଅବା ସାଲ୍ଵାର ପିନ୍ଧି ମନ୍ଦିର ପ୍ରଵେଶ କରି ପାରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More