ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନଥିବାରୁ ଦ୍ଵିତୀୟ ଥର ପାଇଁ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା କରାନଯିବାରୁ ଦ୍ଵିତୀୟ ଥର ପାଇଁ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ଶୁକ୍ରବାର ବିଚାରପତି ଜଷ୍ଟିସ୍ ବିଶ୍ଵନାଥ ରଥ ମାମଲାର ଶୁଣାଣି କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କୁ ନୋଟିସ୍ କରିଛନ୍ତି । ନୋଟିସ୍ ପାଇବାର ୭ଦିନ ମଧ୍ୟରେ ପ୍ରତିପକ୍ଷମାନେ ସେମାନଙ୍କ ଜବାବ ରଖିବେ । ଜିତେନ୍ଦ୍ର କୁମାର ବିଶ୍ଵାଳ ନାମକ ଜଣେ ଦିବ୍ୟାଙ୍ଗଙ୍କ ପକ୍ଷରୁ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ଷମାନ ଭୁବନେଶ୍ଵରରେ ରହୁଥିବା ଶ୍ରୀ ବିଶ୍ଵାଳ ଅଦାଲତଙ୍କୁ ଅବଗତ କରିଥିଲେ ଯେ ସେ ଜଣେ ଶତପ୍ରତିଶତ ଦିବ୍ୟାଙ୍ଗ । ସେ ଅନେକଥର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଛନ୍ତି । କିନ୍ତୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିରେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନଥିବାରୁ ତାଙ୍କୁ ଦର୍ଶନ କରିବାରେ ଅନେକ ସମସ୍ୟା ହୋଇଥାଏ। ଦେଶର ଅନେକ ମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି। କିନ୍ତୁ ଏଯାବତ ଶ୍ରୀମନ୍ଦିରରେ ସେଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଅଦାଲତ ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆନଯିବାରୁ ଆବେଦନକାରୀ ପ୍ରଥମେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ଅଦାଲତଙ୍କ ଆଦେଶର ମାସକ ମଧ୍ଯରେ ପଦକ୍ଷେପ ନେବାକୁ ହାଇକୋର୍ଟ ପ୍ରତିପକ୍ଷଙ୍କୁ ପୁଣି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ କୌଣସି ପଦକ୍ଷେପ ନନେବାରୁ ଆବେଦନକାରୀ ଦ୍ବିତୀୟ ଥର ପାଇଁ ଏହି ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ଏବଂ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ମାମଲା ପରିଚାଳନା କରୁଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More