ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଏବେ ଆଉ କୌଣସି କଟକଣା ନାହିଁ। ରବିବାର ବି ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ପାରିବେ। ସବୁଠୁ ବଡ଼ କଥା ହେଲା ଆନନ୍ଦ ବଜାରରେ ଭକ୍ତ ମାନେ ବସି ମହା ପ୍ରସାଦ ସେବନ କରି ପାରିବେ। 12 ତାରିଖ ଶୁକ୍ରବାର ଠାରୁ ଏହି ନୂଆ ନିୟମ ଲାଗୁ ହେବ। ଏହି ନୀୟମ ବଦଳିବା ପରେ ଭକ୍ତ ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି। ସେହିପରି ଶନିବାର ରାତି ବଡ଼ ସିଂହାର ବେଶ ରେ ମହାପ୍ରଭୁଙ୍କ ର ହେବାକୁ ଥିବା ପଦ୍ମ ବେଶ ମଧ୍ୟ ରବିବାର ସକାଳ ଅବକାଶ ଯାଏ ଭକ୍ତ ମାନେ ବେଶ ଦର୍ଶନ କରି ପାରିବେ। କୋଭିଡ କଟକଣା ପାଇଁ ମହାପ୍ରଭୁଙ୍କ ଦୁର୍ଲଭ ନଗାର୍ଜୁନ ବେଶ ଦର୍ଶନ ରୁ ଭକ୍ତ ଚଳିତ ବର୍ଷ ବଂଚିତ ହୋଇ ଗଭୀର ଦୁଃଖ ପ୍ରକାଶ କରିଥିଲେ। ତେବେ ମହାପ୍ରଭୁଙ୍କ ପଦ୍ମ ବେଶ ଦର୍ଶନ ନେଇ ରବିବାର ଦିନ ଥିବା କଟକଣା ହଟିବା ପରେ ଜଗନ୍ନାଥପ୍ରେମୀ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ତେବେ ରବିବାର ମହାପ୍ରଭୁଙ୍କ ଦର୍ଶନ ନେଇ ପ୍ରଶାସନ କଟକଣା ହଟାଇବା ସହ ଅନେକ କଟକଣା କୋହଳ କରି ଥିବାରୁ ଭକ୍ତ ମାନେ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ରେ ପାନ ଛେପ ପକାଇବା ନେଇ 1000ଟଙ୍କା ଜରିମାନା ଓ ପଲିଥିନ ବ୍ୟବହାର ଉପରେ 100 ଟଙ୍କା ଫାଇନ ବ୍ୟବସ୍ଥାକୁ ଭକ୍ତମାନେ ସ୍ୱାଗତ କରିଛନ୍ତି । ସେପଟେ sop ପରିବର୍ତ୍ତନ ପରେ ଅନେକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିବା ର ସମ୍ଭାବନା ରହିଛି। ଏଣୁ ଭିଡ଼ ନିୟନ୍ତ୍ରଣ ଓ କୌଣସି ଭକ୍ତ ଅସୁସ୍ଥ ହେଲେ କିଭଳି ସଂଗେ ସଂଗ ପୋଲିସ ବାହିନୀ ସାହାଯ୍ୟ ଯୋଗଇ ଦେବ ସେ ନେଇ ଏକ ମକ ଡ୍ରିଲ ହୋଇ ଥିଲା। ଏଥି ସହିତ ମନ୍ଦିର ଭିତରେ ପକେଟ ମାର ଉପରେ ନଜର ସମେତ ସି ବିଚ ରେ ଅଧିକ ଲୋକ ଙ୍କ ସମାଗମ କୁ ଦେଖି ଅଧିକ ପୋଲିସ ମୁତୟନ କରାଯିବ ବୋଲି କୁହାଯାଇଛି। ସେହିପରି ବିକ୍ରୀ ନେଇ ନିଶିଧ ଥିବା ଟଙ୍କ ତୋରାଣୀ କୁ କିଛି ଯୁବକ ନିଜେ ଦହି ପାଣି ମିଶାଇ ଶ୍ରୀମନ୍ଦିର ବାହାରେ ଟଙ୍କ ତୋରାଣୀ ନାଁ ବିକ୍ରି ଉପରେ ମଧ୍ୟ ପୋଲିସ ଖୁବ ଶୀଘ୍ର ପଦକ୍ଷେପ ନେବ ବୋଲି କହିଛନ୍ତି ପୁରୀ ଏସପି କେ ବିଶାଳ ସିଂ । ତେବେ କୋଭିଡ ପୂର୍ଵ ରୁ ଶ୍ରୀମନ୍ଦିର ଯେମିତି ଭକ୍ତ ଙ୍କ ପାଇଁ ପ୍ରବେଶ ନିୟମ ଥିଲା ତାହା ପୁଣି ଶ୍ରୀମନ୍ଦିର ପ୍ରଶାସନ ଲାଗୁ କରିଛି। ତେବେ କଟକଣା ଏବେ କୋହଳ ସତ୍ତ୍ୱେ ପ୍ରତେକ ଭକ୍ତ ଶ୍ରୀମନ୍ଦିର ପ୍ରବେଶ ବେଳେ ମୁହଁରେ ମାସ୍କ , ହାତ ସାନିଟାଇଜ କରିବା ପାଇଁ ନିୟମ କଡାକଡି ରହିଛି।