ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ଦ୍ଵାରା ”ଉପାନ୍ତ ଅଞ୍ଚଳରେ ଶାସ୍ତ୍ରୀୟ ନୃତ୍ୟ” ଶୀର୍ଷକ କର୍ମଶାଳା ଅନୁଷ୍ଠିତ

8

Get real time updates directly on you device, subscribe now.

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : ସ୍ଥାନୀୟ କରଣ ସହିସ୍ଥ ବିଜୟ କ୍ଲବ୍ ଠାରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଅଛି। ସୀମାରେ ଏହି ଶୃଙ୍ଖ ଳିତ ଶାସ୍ତ୍ରୀୟ ନୃତ୍ୟକୁ ପ୍ରତିଟି ପରିବାର ଆପଣେଇବାକୁ ବକ୍ତାମାନେ ଉଦବୋଧନ ଦେଇଥିଲେ।ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ବାରା ପଞ୍ଜୀକୃତ୍ ଅନୁମତି ପାଇଁ ଏହି ଅନୁଷ୍ଠାନର ପ୍ରାଣକର୍ତା ତଥା ସମ୍ପାଦିକା ଡି.ପ୍ରିୟଙ୍କା ଜିଲ୍ଲାପ୍ରଶାସନ କୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥିଭାବେ ପାରଳା ପୌର ପରିଷଦର ଅଧକ୍ଷା ନିର୍ମଳା ସେଠୀ,ମୁଖବକ୍ତା ଭାବେ ଡ଼କ୍ଟର କଲ୍ୟାଣୀ ମିଶ୍ର,ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ଆଦର୍ଶ ଦାସ,ମମତା ପାଢ଼ୀ, ଡି ମୋହଂନ୍ ରାଓ,ସ୍ମିତା ମିଶ୍ର, ମଞ୍ଚାସିନ ଥିଲେ। ଅରୂପାଞ୍ଜଳି ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବାଳକୃଷ୍ଣ ପାଣିଗ୍ରାହୀ, ନିତ୍ୟାନନ୍ଦ ଚୌଧୁରୀ, ଵିଷ୍ଟୁ ପ୍ରସାଦ ପଣ୍ଡା, ପ୍ରଭୃତିଙ୍କ ସହଯୋଗରେ ଏହି ସାଂସ୍କୃତିକ ସମାରୋହ ସମାପନ ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More