ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀ ଜିଲା ସଟ୍‌ଡାଉନ୍

27

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀ ଜିଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ରାତି ୯ରୁ ବୁଧବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁରୀ ଜିଲା ସଟ୍‌ଡାଉନ୍‌ ରହିବ। ପୁରୀ ଜିଲା ସଟ୍‌ଡାଉନ୍‌ ସମୟରେ କର୍ଫ୍ୟୁ ଭଳି କଟକଣା ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଘୋଷଣା କରିଛନ୍ତି। ପୁରୀ ସହରର ସବୁ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଛି। ଅତି ଆବଶ୍ୟକ ନ ଥିଲେ କାହାକୁ ପୁରୀ ସହର ଭିତରକୁ ଛଡ଼ା ଯିବନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More