ଶ୍ରୀଗୁଣ୍ଡିଚା ଗ୍ରୀନ ନାହାଳପୁର ମେଗା ପ୍ଲାଣ୍ଟେସନର ଶୁଭାରମ୍ଭ

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ପବତ୍ର ରଥଯାତ୍ରାରେ ବିଶ୍ଵନାଥ ଯୁବକସଙ୍ଘ ନାହାଳପୁର ଆନୁକୂଲ୍ୟରେ ଗ୍ରୀନ ନାହାଳପୁରର ଏକ ମେଗା ପ୍ଲାଣ୍ଟେସନ ପ୍ରୋଜେକ୍ଟର ଶୁଭାରମ୍ଭ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ କର୍ମକର୍ତା ସନ୍ତୋଷ କୁମାର ନାୟକଙ୍କ ଅଧକ୍ଷତାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ସୁବୋଧ କୁମାର ପରିଡା,ସମ୍ପାଦକ ଜୟନ୍ତ କୁମାର ନାୟକ,ସହ ସମ୍ପାଦକ ପ୍ରଦୀପ୍ତ କୁମାର ବେହେରା,ନରେନ୍ଦ୍ର ସାହୁ, ଦିଲ୍ଲୀପ ସାହୁ,ଯଶୋବନ୍ତ ସାହୁ,ରାଜେନ୍ଦ୍ର ବେହେରା,ରାକେଶ ନାୟକ,ରବିନ ଦାସ,ସୁମନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ବିଘ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା ଉପରେ ଆଲୋଚନା କରିଥିଲେ।ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବେ କରାଯିବ ବୋଲି ବିଶ୍ଵନାଥ ଯୁବକ ସଙ୍ଘ ର କର୍ମକର୍ତ୍ତା ମାନେ ନିଷ୍ପତ୍ତି ନେଇଛନ୍ତି।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More