ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାରଦୀୟ ପାର୍ବଣର ଷୋଡଶ ପୂଜା

10

Get real time updates directly on you device, subscribe now.

ପୁର[ ( ସଂଘର୍ଷ ମିଡିଆ ) : କ୍ଷେତ୍ରାଧିଶ୍ୱରୀ ବିମଳା ପୀଠ ସହ ଅନ୍ୟ ପୀଠ ଗୁଡ଼ିକରେ ମଧ୍ୟ ଶୋଳପୂଜା ପାଇଁ ଗଜପତିଙ୍କ ଶ୍ରୀନଗରରେ ଶେଷ ହୋଇଛି ଆଚାର୍ଯ୍ୟ ବରଣ କାର୍ଯ୍ୟ। । ଆଜି ମୂଳାଷ୍ଟମୀ ଠାରୁ ଶ୍ରୀକ୍ଷେତ୍ରରେ ଦେବୀ ପୀଠ ଗୁଡ଼ିକରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇ ଥିବା ବେଳେ ଚଳିତ ବର୍ଷ ଯୋଡ଼ା ଅଶ୍ୱିନ ମାସ ପଡୁଥିବା ହେତୁ ଏଥର ୧୬ ଦିନ ବଦଳରେ୪୫ଦିନ ହେବ ଶୋଷଡ଼ ପୂଜା । ପରମ୍ପରା ଅନୁଯାୟୀ ଆଜି ମୁଳାଷ୍ଟମୀ ଅବସରରେ ଷୋଳପୂଜାର ବିଧି ଆରମ୍ଭ ହୋଇଛି ଗଜପତିଙ୍କ ଶ୍ରୀନହରରୁ ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଶୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି । ଗଜପତିଙ୍କ ରାଜଗୁରୁ ପ୍ରତ୍ୟେକ ପୀଠ ପାଇଁ ୨୬ ଜଣ ଲେଖାଏଁ ବ୍ରାହ୍ମଣ ଓ ବିମଳାଙ୍କ ପୀଠରେ ୧୦ ଜଣ ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରି ବରଣ କରିଥିଲେ । ଏହି ଆଚାର୍ଯ୍ୟ ମାନେ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଆରମ୍ଭ କରିଛନ୍ତି ମାଙ୍କର ପାର୍ବଣ ପୂଜା ବିଧି।
ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମାଁ ବିମଳାଙ୍କ ପୀଠରେ ଶୋଡ଼ଷ ପୂଜାବିଧି ଆରମ୍ଭ ହୋଇଛି ଏହି ଶୋସ୍ତ୍ର୍ରିୟ ବ୍ରାହ୍ମଣଙ୍କ ଦ୍ୱାରା । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୂବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଆଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି। ତେବେ ଚଳିତ ବର୍ଷ କୋଭିଡ ମହାମାରି ପାଇଁ ନିରାଡ଼ମ୍ବର ଭାବେ ବିଭିନ୍ନ ଦେବୀ ପୀଠ ରେ ଅନୁଷ୍ଠିତ ହେବ । କେଵଳ ପୂଜା ନେଇ ନୀତିକାନ୍ତି ଅନୁଷ୍ଠିତ ହେବ । ଭକ୍ତ ଦର୍ଶନ ବ୍ୟବସ୍ଥା ନିଷିଦ୍ଧ କରାଯାଇଛି ଦେବୀ ପୀଠ ଗୁଡ଼ିକରେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More