କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଆଜି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ,ପାଟକୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମିଳିତ ଓଡିଶା ନିଶାନିବାରଣର ଆବାହକ ପଦ୍ମଚରଣ ନାୟକ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅନଶନରତ ଶ୍ରୀକାନ୍ତଙ୍କୁ ଭେଟିଛନ୍ତି । ଖରସ୍ରୋତା ନଦୀର ପାନୀୟ ଜଳ ପ୍ରକଳ୍ପ ମୁହଁରୁ ଭିତରକନିକା ଜାତୀୟ ଉଦ୍ୟାନକୁ ବଞ୍ଚାଇବା ଦାବିରେ ପରିବେଶବିତ୍ ଶ୍ରୀକାନ୍ତଙ୍କର ଅନସନ ଆଜି ୧୧ ଦିନରେ ପହଞ୍ଚିଛି । ଶ୍ରୀ ନାୟକଙ୍କ କହିବାକଥାକି ଶ୍ରୀକାନ୍ତ ଯେଉଁ ସମସ୍ୟାକୁ ନେଇ ଆନ୍ଦୋଳନ କରିଛନ୍ତି ଏହା କେବଳ କେନ୍ଦ୍ରାପଡା ସମସ୍ୟା ନୁହଁ । ଏହି ପରିବେଶ ସମସ୍ୟା ଉଭୟ ରାଜ୍ୟ ଓ ଦେଶର ସମସ୍ୟା ବୋଲି ପଦ୍ମଚରଣ ତାଙ୍କ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ।ସେ ଶ୍ରୀକାନ୍ତଙ୍କୁ ଅନଶନରୁ ବିରତ ହୋଇ ଅନ୍ୟ ଉପାୟରେ ପ୍ରଶାସନ ଓ ରାଜ୍ୟ ସରକକାରଙ୍କ ସହିତ ନ୍ୟାୟିକ ଲଢେଇ ଲଢିପା ପାଇଁ ପରାମର୍ଶ ସହିତ ଇକୋସେନ୍ସିଟିଭ୍ ଜୋନ ମିନିଟରିଂ କମିଟିର ସଦସ୍ୟ ଶ୍ରୀକାନ୍ତ ଙ୍କୁ ୧୧ ଦିନ ଅନଶନରେ ବସିଥିଲେ ମଧ୍ୟ ଜିଲ୍ଲାପାଳ ତାଙ୍କୁ ଥରୁଟିଏ ଦେଖିବାକୁ ଆସିନାହାନ୍ତି ଶୁଣି ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ । ଏହି ସହିତ କେନ୍ଦ୍ରାପଡା ବିଜେପି ର ତିନି ଜଣିଆ ପ୍ରତିନିଧିଦଳ ଭୁବନମୋହନ ଜେନା,ପୁର୍ବତନ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜସୁନ୍ଦର ଭୂୟାଁ ଆଜି କେନ୍ଦ୍ରାପଡା ମେଡ଼ିକାଲ ରେ ଶ୍ରୀକାନ୍ତ ଙ୍କ ପାଖରେ ପହଞ୍ଚି ଏକ ଭଗବତ୍ ଗୀତା ତାଙ୍କ ହାତକୁ ଦେଇ ଶପଥ ପାଠ କରି କହିଛନ୍ତି ଭିତରକନିକା ପାଇଁ ଲଢେ଼ଇ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପାଖରେ ଭିତରକନିକା ପ୍ରସଙ୍ଗ କୁ ପହଞ୍ଚାଇବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ।
Get real time updates directly on you device, subscribe now.