ଶ୍ରୀଅଲାରନାଥଙ୍କ ଅନବସର ଯାତ୍ରା ଦ୍ଵିତୀୟ ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀଅଲାରନାଥଙ୍କ ଅନବସର ଯାତ୍ରା ଦ୍ଵିତୀୟ ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ l ଶ୍ରୀଅଲାରନାଥଙ୍କ ଅନବସର ଦ୍ଵିତୀୟ ଦିନରେ ପ୍ରବଳ ଗୁଳୁଗୁଳିରେ ଲକ୍ଷ ଲକ୍ଷ ଭକ୍ତ କରିଲେ ଶ୍ରୀଅଲାରନାଥଙ୍କ ଦର୍ଶନ l ଏହି ଅନବସର ଉର୍ତ୍ସବରେ ପ୍ରବଳ ଗୁଳୁଗୁଳିକୁ ନଜର ରଖି ବିଭିନ୍ନ ସମାଜସେବା ଅନୁଷ୍ଠାନ ପକ୍ଷରୁ ଜଳ ବଣ୍ଟନ, ଜଳ ଛିଞ୍ଚନ, ଏବଂ ପୋଲିସ ବାହିନୀ ଠାରୁ ଦମକଳ ବାହିନୀ ପର୍ଯ୍ୟନ୍ତ ସମସ୍ତଙ୍କ ସାହାଯ୍ୟ ରେ ସୁରୁଖୁରୁରେ ଚାଲିଛି ।ଶ୍ରୀଅଲାରନାଥଙ୍କ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ପ୍ରସାଦ ଖାଇଥିଲେ l ଏଠାରେ ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗର ଆଦର ଅଧିକ ପୌରାଣିକ କାଳରୁ ବର୍ଣିତ ଅଛି l ଏହି ଆନନ୍ଦ ବଜାରରେ ପ୍ରସାଦ ଖାଇବାର ସମସ୍ତ ବ୍ୟବସ୍ଥା ସୁବିଧା କରାଯାଇଛି l ଭକ୍ତମାନେ ଧାଡିରେ ଆସି ଶ୍ରୀଅଲାରନାଥ ଦର୍ଶନ କରି ଆନନ୍ଦ ବଜାରରେ ପ୍ରସାଦ ଖାଇ ଖୁସି ମନରେ ଫେରୁଥିବାର ଦେଖିବାକୁ ମିଳୁଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More