ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ

18

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ମହଯୋଗୀ ଶ୍ରୀଅରବିନ୍ଦଙ୍କର ପବିତ୍ର ଜନ୍ମଦିନ ପାଳନ ଅବସରରେ ସ୍ଥାନୀୟ ଦଶହରା ପଦାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ସନ୍ଧ୍ୟାରେ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ସମ୍ମାନିତ ବକ୍ତା ରୂପେ ଡ଼ଃ ରାଧାନାଥ ବେହେରା ଯୋଗ ଦେଇ “ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ସ୍ୱାଧୀନତାର ମୂଲ୍ୟବୋଧ” ସମ୍ପର୍କରେ ଆଲୋଚନା କରି ଶ୍ରୀଅରବିନ୍ଦଙ୍କ ଜନ୍ମଦିନରେ ତାଙ୍କରି ଦେଶପ୍ରେମର ଉପହାର ସ୍ୱରୂପ ସ୍ୱାଧୀନତା ଉପହାର ପାଇଥିଲେ ହେଁ ସେ ଅଖଣ୍ଡ ଭାରତର ସ୍ବପ୍ନ ଦେଖିଥିବାରୁ ସନ୍ତୁଷ୍ଟ ହୋଇ ପାରି ନ ଥିଲେ ଏବଂ ତାଙ୍କ ଆଧ୍ୟାତ୍ମିକ ଯାତ୍ରା ରେ ସମଗ୍ର ମାନବଜାତି ଲାଗି ନିଜକୁ ଉତ୍ସର୍ଗ କରିଥିଲେ ବୋଲି ପ୍ରକାଶ କରିଥିଲେ l ଅନ୍ୟତମ ସୁବକ୍ତା ତଥା ପୂର୍ଣ୍ଣଯୋଗ ଅନୁଗାମୀ ଶ୍ରୀ ସୁଧୀରାଜ ରାଉତ “ଶ୍ରୀଅରବିନ୍ଦଙ୍କ ରଚିତ ବେଦର ରହସ୍ୟ” ସମ୍ବନ୍ଧରେ ଆଲୋଚନା କରି ତାଙ୍କ ଅନନ୍ୟ ମହାନ ଦୃଷ୍ଟି ତଥା ତାଙ୍କ ପୂର୍ଣ୍ଣାଙ୍ଗ ଯୋଗରେ କିପରି ବେଦର ନିର୍ଯ୍ୟାସ ପ୍ରତିଫଳିତ ହୋଇଛି l ବିଭିନ୍ନ ଉଦାହରଣ ମାଧ୍ୟମରେ ତାହାର ପ୍ରମାଣ ଦେଇଥିଲେ lସମର୍ପଣ ମଣ୍ଡଳର ମାସିକ ଆଧ୍ୟାତ୍ମିକ ଓ ସାଙ୍ଗଠନିକ ପତ୍ରିକା “ଦିବ୍ୟ ସୁରଭି” କୁ ଡ଼ଃ ରାଧାନାଥ ବେହେରା ଓ ଶ୍ରୀଧର ସତପଥି ଉନ୍ମୋଚନ କରିଥିଲେ lଆବାହିକା ସଙ୍ଗୀତା ପଟ୍ଟନାୟକ କୃତଜ୍ଞତା ଅର୍ପଣ କରିଥିଲେ lସୁରେଶ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ lଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ତଥା ଆଖ ପାଖ ଅଞ୍ଚଳର ବହୁ ବ୍ୟକ୍ତି ଯୋଗ ଦେଇ ଦିବ୍ୟ ବାତାବରଣ ଅନୁଭବ କରିଥିଲେ l ଅପରାହ୍ନରେ ସହର ମୁଖ୍ୟ ରାସ୍ତା ରେ ପୁଷ୍ପ ମାଲ୍ୟ ସୁସଜ୍ଜିତ ଯାନରେ ଶ୍ରୀଅରବିନ୍ଦଙ୍କ ଫଟୋ ଦର୍ଶନ ପୂର୍ବକ ଚେତନା ଯାତ୍ରାରେ ବହୁ ଛାତ୍ରୀ ତଥା ଶ୍ରୀଅରବିନ୍ଦ ଅନୁଗାମୀ ଭାଇ ଭଉଣୀ ସାମିଲ ହୋଇଥଲେ lନବରଙ୍ଗପୁର ଶ୍ରୀଅରବିନ୍ଦ ପାଠଚକ୍ରର ଅପା ଭାଇ ମାନେ ସମଗ୍ର କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ l ଇତି ମଧ୍ୟରେ ନବରଙ୍ଗପୁର ସରସ୍ବତୀ ବିଦ୍ୟା ମନ୍ଦିର, ତାରାଗାଁ ଉଚ୍ଚ ବିଦ୍ୟାଳୟ, ପୂଜାରୀଗୁଡା,, ପାତ୍ରପୁଟ ର ବିଭିନ୍ନ ବିଦ୍ୟାଳୟ ଏବଂ ବାଙ୍ଗାପାଲୀ ଗ୍ରାମରେ ସଚେତନତା ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି l ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକର ପାଠଚକ୍ର ତଥା ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶ୍ରୀଅରବିନ୍ଦଙ୍କ ପବିତ୍ର ଜନ୍ମଦିନକୁ ପାଳନ କରାଯାଇଛି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More